www.samajalive.in
Saturday, December 6, 2025
19.1 C
Bhubaneswar

ସୁଧୁରୁଛି ବାଲେଶ୍ବର ସ୍ଥିତି : ଆଜି ସକାଳ ୭ରୁ ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର : ବାଲେଶ୍ବର ଗୋଷ୍ଠୀ ସଂଘର୍ଷ କାରଣରୁ ପୁଲିସ ପ୍ରଶାସନ ପକ୍ଷରୁ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ପ୍ୟୁ ବଳବତ୍ତର ରହିଛି। ତେବେ ସହରର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସୁଛି। ଜନସାଧାରଣ ସାମ୍ନା କରୁଥିବା ଜରୁରୀ ଆବଶ୍ୟକତା ଓ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି (ଗୁରୁବାର) ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସହରରେ ​‌ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଅଦ୍ୟାବଧି ବନ୍ଦ ରହିଛି। ଏହା ଗୁରୁବାର ପୂର୍ବାହ୍ଣ ୧୦ଟା ଯାଏ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ମାତ୍ର କେତେକ ଅତ୍ୟାବଶ୍ୟକ ଡିଜିଟାଲ ସେବାକୁ ଦୃଷ୍ଟିରେ ରଖି ଲିଜ୍‌ ଲାଇନ ଇଣ୍ଟରନେଟ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ସହରର ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ଆଉ ଦୁଇ ଦିନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସହରର ସାମ୍ପ୍ରତିକ ସ୍ଥିତି ଓ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ ପରିପ୍ରେକ୍ଷୀରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜି) ସଂଜୟ କୁମାର, ପୂର୍ବାଞ୍ଚଳ ଆଇଜି ଦୀପକ କୁମାର, ଜିଲାପାଳ ଆଶିଷ ଠାକ୍‌ରେ, ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ପ୍ରମୁଖ ଏଥିରେ ଯୋଗଦେଇ ଗୋଷ୍ଠୀ ସଂଘର୍ଷ ଓ କର୍ଫ୍ୟୁକୁ ନେଇ ସହରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉତ୍ତେଜନା ପ୍ରବଣ ତଥା ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସାଙ୍ଗକୁ ସନ୍ଦେହରେ ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ଯାଞ୍ଚ ପରେ ଛାଡ଼ିଦେବା ପାଇଁ ସାଂସଦ ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ। ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହିତ ଦଙ୍ଗା ସୃଷ୍ଟି ପଛରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ଅଦ୍ୟାବଧି ଥାନାରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୩୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ସନ୍ଦେହରେ ଅଟକ ଥିବା ୨୫ରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ଯାଞ୍ଚ ପରେ କିଛି ଲୋକଙ୍କୁ ଛାଡ଼ିଦିଆଯାଇଥିବା ଏସ୍‌ପି ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି। ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିବା ବେଳେ ମୋଟ ୪୦ ପ୍ଲାଟୁନ ପୁଲିସ ଓ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି। ଏଥିସହିତ ଗୋଟିଏ କମ୍ପାନୀ ବିଏସଏଫ ଏବେ ବାଲେଶ୍ବରରେ ପହଞ୍ଚିଥିବା ବେଳେ ବାକି ୫ କମ୍ପାନୀ ଆଜି ପହଞ୍ଚିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories