www.samajalive.in
Wednesday, December 10, 2025
16.1 C
Bhubaneswar

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, କୁଇଣ୍ଟାଲ ୨୩୦୦ ଟଙ୍କା

ନୂଆଦିଲ୍ଲୀ : ମୋଦୀ ସରକାର ତୃତୀୟ ଥର କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ଉପହାର ଦେଇଛନ୍ତି । କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ପରେ ଏବେ ଚାଷୀଙ୍କୁ ଆଉ ଏକ ଖୁସି ଖବର ମିଳିଛି । ମୋଦୀ ସରକାର ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଛନ୍ତି । କ୍ୟାବିନେଟ୍ ବୈଠକ ପରେ ଧାନ ସହ ୧୪ଟି ଫସଲ ଦର ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷର ଦର ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି ହୋଇଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ସେହିଭଳି ମୁଗର ଏମଏସପି ୮୬୮୨ ଟଙ୍କା ପ୍ରତି କ୍ବିଣ୍ଟାଲ ହେବ ଯାହା ଗତ ବର୍ଷ ଅପେକ୍ଷା ୧୨୪ ଟଙ୍କା ଅଧିକ ରହିଛି ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories