www.samajalive.in
Saturday, December 13, 2025
18.1 C
Bhubaneswar

ସ୍ତ୍ରୀଙ୍କ ମୃତ୍ୟୁ ପରେ ଆଇସିୟୁରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଆସାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ପରେ ଡାକ୍ତରଖାନା ଆଇସିୟୁରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଜଣେ ଆଇପିଏସ(ଭାରତୀୟ ପୁଲିସ ସେବା) ଅଧିକାରୀ। ସେ ହେଉଛନ୍ତି ଶିଳାଦିତ୍ୟ ଚେଟିଆ(୪୪)। ସେ ଆସାମର ଗୃହ ଏବଂ ରାଜନୈତିକ ସଚିବ ପଦବୀରେ ଅବସ୍ଥାପିତ ଥିଲେ। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଶିଳାଦିତ୍ୟଙ୍କ ସ୍ତ୍ରୀ ଆଗାମୋନି ବୋରବରୁଆ(୪୦) କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୨୫ରେ ଆଇସିୟୁରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ୧୦ ମିନିଟ ପରେ ଶିଳାଦିତ୍ୟ ସ୍ତ୍ରୀ ଥିବା ଆଇସିୟୁ କ୍ୟାବିନକୁ ଯାଇଥିଲେ। ଆଇସିୟୁରେ ସ୍ତ୍ରୀଙ୍କ ପାଇଁ ପ୍ରାର୍ଥନା କରିବେ ବୋଲି ଡାକ୍ତରମାନଙ୍କୁ ଅନୁରୋଧ କରି ସେ ଭିତରକୁ ପ୍ରବେଶ କରିଥିଲେ। ତେଣୁ ତାଙ୍କୁ ଭିତରକୁ ଛଡ଼ାଯାଇଥିଲା। ଏହାର କିଛି ସମୟ ପରେ ଆଇସିୟୁ କ୍ୟାବିନ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲେ। ଡାକ୍ତର ଓ କର୍ମଚାରୀମାନେ ତୁରନ୍ତ ଭିତରକୁ ଯାଇଥିଲେ। କିନ୍ତୁ ସେମାନେ ସେଠାରେ ଯାହା ଦେଖିଲେ ତାହାକୁ ସହଜରେ ବିଶ୍ୱାସ କରି ନ ଥିଲେ। ଶିଳାଦିତ୍ୟଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତଳେ ପଡ଼ିଥିଲା। ମୁଣ୍ଡରେ ଗୁଳି ବାଜିଥିଲା।

- Advertisement -

ଶିଳାଦିତ୍ୟ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ହୋଇଥିବାବେଳେ ସେ କିପରି ଆତ୍ମହତ୍ୟା କଲେ ତାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ନିକଟରେ ଶିଳାଦିତ୍ୟଙ୍କ ମା’ ଏବଂ ଶାଶୁଙ୍କ ମୃତ୍ୟୁ ଘଟିଥିଲା। ସେ ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ। ୨୦୧୫ରେ ତାଙ୍କୁ ରାଷ୍ଟ୍ରପତି ପଦକ ମଧ୍ୟ ମିଳିଥିଲା। ସେ ଆଗାମୋନିଙ୍କୁ ୨୦୧୩ରେ ବିବାହ କରିଥିଲେ। ଉଭୟଙ୍କର କୌଣସି ସନ୍ତାନ ନ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories