www.samajalive.in
Saturday, December 13, 2025
26.1 C
Bhubaneswar

ଗୋପାଳପୁରରେ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦାବି

ଗୋପାଳପୁର: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ କନିଷି ତହସିଲଦାର ପ୍ରଳାୟନନ୍ଦ ଶତପଥୀ ଓ ବିଡ଼ିଓ ଅଂଶୁମାନ ମହାପାତ୍ରଙ୍କୁ ସାକ୍ଷାତ କରି ଗୋପାଳପୁର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଗତ ଏକ ଦଶନ୍ଧି ଧରି ବେଆଇନ ଭାବେ ଚାଲିଥିବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ଏହାସହ ଅଫିସରେ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ନିବେଦନ କରି ଦାବି ଜଣାଇଛନ୍ତି। ବିଜେପି କର୍ମୀ ବାଲ୍ୟ ରାମ ଦଳାଇ,ସୁନିଲ କୁମାର ପାତ୍ର,ଡବ୍ୟୁ ବାଲକ୍ରିଷ୍ଣା,ରଜତ ପଣ୍ଡିତଙ୍କ ସମେତ କିଛି ନେତା ଉଭୟ ଙ୍କୁ ମିଶି ଗତ ଦଶନ୍ଧି ଧରି ଅଞ୍ଚଳରେ ବେଆଇନ ଭାବେ କୋଟି କୋଟି ଟଙ୍କାର ମରମ, ପଥର, ବାଲି ଚୋରା ଚାଲାଣ ଓ ମଦ ମାଫିଆଙ୍କ ଦ୍ଵାରା ଗାଁ ଗାଁରେ ଗଢ଼ି ଉଠିଥିବା ଦେଶୀ, ବିଦେଶୀ ମଦ ଓ ନକଲି ମଦ ବିକ୍ରି ଏବଂ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିବା ନକଲି ଦେଶୀ/ବିଦେଶୀ ମଦକୁ ରୋକ ଲଗାଇବା ଦିଗରେ ଅନୁରୋଧ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories