www.samajalive.in
Saturday, December 13, 2025
26.1 C
Bhubaneswar

କାଜୁ ତୋଟାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

ଚାନ୍ଦିପୁଟ: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଛିପଙ୍କା ନିକଟସ୍ଥ କାଜୁ ତୋଟାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇ ୩ କୁଇଣ୍ଟାଲ ୪୮ କିଲୋ ଥିବା ପୋଲିସ ପକ୍ଷରୁ ଜଣାପଡିଛି । ଚଢ଼ାଉ ବେଳେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଜପତି ଏସପି ସ୍ବାତି ଏସ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଦାୟିତ୍ଵ ଥିବା ବସନ୍ତ କୁମାର ସେଠୀ ଓ ଅଡବା ଥାନା କର୍ମଚାରୀ ମିଳିତ ଭାବେ ରବିବାର ଅପରାହ୍ନ ସମୟରେ ବାଛିପଙ୍କା ଗ୍ରାମ ନିକଟରେ ôଥବା କାଜୁ ଜଙ୍ଗଲ ରେ ଚଢଉ କରିଥିଲେ । ଚଢ଼ଉ ବେଳେ କାଜୁ ଜଙ୍ଗଲର ଗୋଟିଏ ସ୍ଥାନରେ ୩ କୁଇଣ୍ଟାଲ ୪୮ କିଲୋ ୯ଶହ ଗ୍ରାମ ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ମୁଲ୍ୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ହେବା ନେଇ ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶ୍ବିନୀ ନାୟକ । ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି, ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories