www.samajalive.in
Saturday, December 13, 2025
26.1 C
Bhubaneswar

ଭାଲିଆଗଣି ହତ୍ୟାକାଣ୍ଡ ଘଟଣା: ଜଣେ ଗିରଫ, ୨ ଦେଶୀ ବନ୍ଧୁକ ଜବତ

ଗଜପତି: ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ ସହ ତା’ଠାରୁ ବେଆଇନ ଭାବେ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରାଯାଇଛି । ଘଟଣା ପରେ ମୃତ କୈଳାସଙ୍କ ଘରୁ ଆଉ ଏକ ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରାଯାଇଥିବା ବେଳେ ମୋଟ ଦୁଇଟି ଦେଶି ବନ୍ଧୁକ ଜବତ କରାଯାଇଛି  ବୋଲି ପୁଲିସ ସୂଚନା ଦେଇଛି।
ଆଜି ମୋହନା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆର ଉଦୟଗିରି ଏସଡିପିଓ ଅଶ୍ବିନୀ ନାୟକ କହିଛନ୍ତି ଯେ ଗତ ୧୫ ତାରିଖରେ ରଜ ସଂକ୍ରାନ୍ତି ଅବସରରେ ଭାଲିଆଗଣି ଗ୍ରାମର କୈଳାସ ନାୟକଙ୍କୁ ସମ୍ପର୍କୀୟ ଭିଣୋଇ ଉଦୟ ନାୟକ ହିଁ ଗୁଳି କରି ହତ୍ୟା କରିଛି। ମୃତ କୈଳାସ ଓ ଅଭିଯୁକ୍ତ ଉଦୟ ଉଭୟ ସମ୍ପର୍କରେ ଭିଣୋଇ ଶଳା ଅଟନ୍ତି। ପୁର୍ବରୁ ଏମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ଉଦୟ ପ୍ରତିଶୋଧ ପରାୟଣ ହୋଇ ମନେ ମନେ ସୁଯୋଗ ଖୋଜୁଥିଲା ।
ତେବେ ରଜ ସଂକ୍ରାନ୍ତି ଅବସରରେ ଜଙ୍ଗଲୀ ଜୀବଜନ୍ତୁ ଶିକାର କରିବା ବାହାନାରେ ଗାଁ ନିକଟସ୍ଥ ଜଙ୍ଗଲକୁ ମିଳିମିଶି ଯାଇଥିଲେ । ଏହାପରେ ଉଦୟଙ୍କ ଗୁଳିମାଡ଼ରେ କୈଳାସର ମୃତ୍ୟୁ ଘଟିଥିଲା , କିନ୍ତୁ ଉଦୟ ନାୟକ ବନ୍ୟଜନ୍ତୁଙ୍କୁ ଶିକାର କରିବା ବେଳେ ଭୁଲରେ କୈଳାସ ଦେହରେ ଗୁଳି ବାଜିଥିବା ସଫେଇ ଦେଇଥିଲା । ମୋହନା ପୋଲିସ ଟିମ ତଦନ୍ତ ପରେ ଏହା ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ବୋଲି ସ୍ବଷ୍ଟ କରିଛି ।
ଘଟଣାରେ ଦୁଇ ଜଣଙ୍କର ଠାରୁ ପୃଥକ ପୃଥକ ଭାବେ ଦୁଇଟି ଦେଶୀ ବେଆଇନ ବନ୍ଧୁକ ଜବତ କରିବା ସହ ହତ୍ୟା ଅଭିଯୁକ୍ତ ଉଦୟ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶ୍ବିନୀ ନାୟକ। ତେବେ ଗାଁରେ ଏବେ ବି ଅନେକ ବେଆଇନ ଭାବେ ଦେଶି ବନ୍ଧୁକ ରହିଥିବା ବେଳେ ବନ ବିଭାଗକୁ ଅବଗତ କରାଯିବା ସହ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories