www.samajalive.in
Friday, December 12, 2025
23.1 C
Bhubaneswar

ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟର ବିକାଶରେ ପ୍ରମୁଖ ଅଂଶୀଦାର ହେବ

ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ ବିଭାଗ ଅଧିକ କ୍ରିୟାଶୀଳ ହେବା ସହିତ ରାଜ୍ୟର ବିକାଶରେ ଏକ ପ୍ରମୁଖ ଅଂଶୀଦାର ହେବ ବୋଲି ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଶା ପ୍ରକଟ କରିଛନ୍ତିା ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ନିଷ୍ଠା ଓ ଆନ୍ତରିକତାପୂର୍ଣ୍ଣ ସହଯୋଗ ନିମନ୍ତେ ପରାମର୍ଶ ଦେଇଛନ୍ତିା ଖାରବେଳ ଭବନରେ ବିଭାଗୀୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ଅବଗତ ହୋଇଥିଲେ।

ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ ମାଧ୍ୟମରେ ବିଭାଗ ଅଧ#ନସ୍ଥ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ ସଂଗଠନ, ସରକାରୀ ନୀତି ଓ ନିୟମାବଳୀ, ବଜେଟ ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ। ୧୯୭୪ ମସିହାରୁ ସ୍ୱତନ୍ତ୍ର ବିଭାଗ ଭାବରେ କାର୍ଯ୍ୟ କରୁଥିବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭୂପୃଷ୍ଠ ଜଳ ପରିବହନ, ବିମାନ ଚଳାଚଳ, ପରିବହନ, ବନ୍ଦର ବିକାଶ, ରେଳ ପ୍ରକଳ୍ପ, ପରିବହନ କର୍ମଚାରୀମାନଙ୍କ କଲ୍ୟାଣ ପାଣ୍ଠି, ଇ-ଯାନ ନୀତି, ସଡ଼କ ନିରାପତ୍ତା, ଗ୍ରାମୀଣ ପରିବହନ, ଯାନଚାଳକମାନଙ୍କ ପ୍ରଶିକ୍ଷଣ ଓ ତଦାରଖ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ସୂଚନାକ୍ରମେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

- Advertisement -

ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ। ପୂର୍ବରୁ ପ୍ରମୁଖ ଶାସନ ସଚିବଙ୍କ ସମେତ ଅଧିକାରୀ ତଥା କର୍ମଚାରୀବୃନ୍ଦ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ।

 

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories