www.samajalive.in
Saturday, December 13, 2025
26.1 C
Bhubaneswar

ରକ୍ତଦାନ କରି ଜନ୍ମଦିନ ପାଳିଲେ ବର୍ଷା

ଗୋପାଳପୁର: ରକ୍ତ ଦାନ କରି ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଜଣେ ଯୁବତୀ। ରକ୍ତ ଅଭାବରୁ ଜଣେ ମହିଳାଙ୍କ ଗତ ୭ ଦିନ ଧରି ଅସ୍ତ୍ରୋପଚାର ହୋଇ ପାରୁନଥିଲା, କିନ୍ତୁ ଯୁବତୀଙ୍କଠାରୁ ରକ୍ତ ପାଇବା ପରେ ମହିଳାଙ୍କ ଅପରେସନ ହୋଇ ପାରିବା ସହ ସୁସ୍ଥ ହୋଇ ପାରିଥିବା ଜଣାପଡିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁ ନ ଥିବାରୁ ରକ୍ତ ଭଣ୍ଡାରରେ ରକ୍ତର ଅଭାଵ ଲାଗି ରହିଛି। ପୁରୀ ଜିଲାର ୩୪ ବର୍ଷୀୟ ରଶ୍ମିତା ବେହେରା ରକ୍ତ ଅଭାବରୁ ଗତ ୭ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିବା ସହ ତାଙ୍କର ଅସ୍ତ୍ରୋପଚାର ହୋଇପାରୁ ନଥିଲା। ରୋଗୀ ଜଣଙ୍କ ଜୀବନ ମରଣ ସ୍ଥିତିରେ ରହିଥିଲେ। ଏହି ଖବର ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓଡ଼ିଶାଙ୍କ ପାଖରେ ପହଞ୍ଚିଥିଲା । ଏନେଇ ବିପଦର ବନ୍ଧୁ ସଂଗଠନ ପକ୍ଷରୁ ନିଜ ଗ୍ରୁପରେ ଆଲୋଚନା କରାଯାଇଥିଲା। ଖବର ଜାଣିବା ପରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଟାଟା କଲୋନୀର ବାଲ୍ୟକୃଷ୍ଣ ମହାରଣାଙ୍କ ଝିଅ ସୁଶ୍ରୀ ବର୍ଷାରାଣୀ ମହାରଣା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବର୍ଷାରାଣୀ ନିଜର ୨୪ତମ ଜନ୍ମଦିନରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରି ଅସହାୟ ମହିଳାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ରକ୍ତ ପାଇବା ପରେ ରଶ୍ମିତାଙ୍କ ଅସ୍ତ୍ରୋପଚାର ହେବା ସହିତ ଜୀବନ ବଞ୍ଚି ଯାଇଥିଲା । ଏହାପରେ ମହିଳାଙ୍କ ପରିବାର ବର୍ଗ ବର୍ଷାଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିପଦର ବନ୍ଧୁ ସଂଗଠନ ପକ୍ଷରୁ ଅନେକ ସମୟରେ ଅସହାୟ ଓ ଗରିବ ରୋଗୀମାନଙ୍କୁ ଅସମୟରେ ସାହାଯ୍ୟର ହାତ ବଢ଼ାଇ ସାହାଯ୍ୟ କରିବା କାମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories