www.samajalive.in
Monday, December 8, 2025
16.1 C
Bhubaneswar

ରାଜ୍ୟରେ ଉଜ୍ଜଳା ଯୋଜନା ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କ ବୟାନ ଅସତ୍ୟ ଓ ତଥ୍ୟ ଆଧାରିତ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟ ସରକାରର ଜ୍ୱଳନ୍ତ ଜନ ସମସ୍ୟାକୁ ସମାଧାନ କରିବାର ବିଫଳତାକୁ ଘୋଡାଇ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ପ୍ରସଙ୍ଗ ଉଠାଇଛନ୍ତି
• ରାଜ୍ୟରେ ଉଜ୍ଜଳା ଯୋଜନାରେ ହିତାଧିକାରୀ ମାନେ ମୋଟ ୧.୨ କୋଟି ରିଫିଲ୍‍ ନେଇଛନ୍ତି। ଯାହା ହିତାଧିକାରୀ ପିଛା ୩.୭ ହାରରେ ଗ୍ୟାସ ସିଲିଣ୍ଡରର ବ୍ୟବହାର ହୋଇଛି
• ରାଜ୍ୟରେ ୪.୨ ଲକ୍ଷ ଉଜ୍ଜଳା ପରିବାର ୪ ବା ତଦୁର୍ଦ୍ଦ ରିଫିଲ୍‍ ନେଇଛନ୍ତି
• ୨୦୧୪ ମେ ମାସ ସୁଦ୍ଧା ଓଡିଶାରେ ୧୯ ଲକ୍ଷ ଏଲପିଜି କନେକସନ ମୋଟ ପରିବାରର ୨୨ ପ୍ରତିଶତ ଘରେ ପହଁଚିଥିଲା। ମାତ୍ର ଆଜି ଦିନରେ ଏହି ସଂଖ୍ୟା ୬୯ ପ୍ରତିଶତରେ ପହଁଚିଲାଣି
• ଉଜ୍ଜଳା ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବଶୀଘ୍ର ଏଲପିଜି ପହଁଚିବ
• ଆଜି ଦିନରେ କେନ୍ଦ୍ର ସରକାର ରାଜ୍ୟରେ ୩୨୬ ଟଙ୍କା ୨୨ ପଇସା ସବସିଡ୍‍ ଯୋଗାଉଛନ୍ତି • ଖୋରଧା ଠାରେ ଏଲପିଜି ବଟଲିଂ ପ୍ଲାଂଟ ପାଇଁ ତୁରନ୍ତ ଜମି ଯୋଗାଇ ଦେବାପାଇଁ ଅନୁରୋଧ

ନୂଆଦିଲୀ/ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବିଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ସମ୍ପୂର୍ଣ ରୂପେ ଅସତ୍ୟ ଓ ତଥ୍ୟ ଉପରେ ଆଦୌ ଆଧାରିତ ନୁହେଁ ବୋଲି ଏକ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାରର ଜ୍ୱଳନ୍ତ ଜନ ସମସ୍ୟାକୁ ସମାଧାନ କରିବାର ବିଫଳତାକୁ ଘୋଡାଇ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ପ୍ରସଙ୍ଗ ଉଠାଇଛନ୍ତି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଗ୍ୟାସ ରିଫିଲ୍‍ ନେଇ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନାର କଡା ଜବାବ ଦେଇଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲେଖ କରିଛନ୍ତି ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରୀ ମାନେ ମୋଟ ୧.୨ କୋଟି ରିଫିଲ୍‍ ନେଇଛନ୍ତି। ଯାହା ହିତାଧିକାରୀ ପିଛା ୩.୭ ହାରରେ ଗ୍ୟାସ ସିଲିଣ୍ଡରର ବ୍ୟବହାର ହୋଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ଉଜ୍ଜଳା ଯୋଜନାର ବ୍ୟବହାର ହାର ସହ ସମାନ ରହିଛି। ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ୪.୨ ଲକ୍ଷ ଉଜ୍ଜଳା ପରିବାର ୪ ବା ତଦୁର୍ଦ୍ଦ ରିଫିଲ୍‍ ନେଇଛନ୍ତି। ଏହା ରାଜ୍ୟରେ ଜାଳେଣୀ ବ୍ୟବହାର ନେଇ ବଦଳୁଥିବା ବ୍ୟବହାରର ପ୍ରମାଣ ବୋଲି କହିବା ସହ ଓଡିଶାର ଜନସାଧାରଣଙ୍କ ଉଜ୍ଜଳା ଯୋଜନାରେ ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ତଥା ସମୟ ବଂଚିବା ଦ୍ୱାରା ମହିଳାମାନେ ଅନ୍ୟକାମ କରି ରୋଜଗାର ଦ୍ୱାରା ସଶକ୍ତ ହେବା ସମ୍ଭବ ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ୨୦୧୪ ମେ’ ମାସ ସୁଦ୍ଧା ଓଡିଶାରେ ୧୯ ଲକ୍ଷ ଏଲପିଜି କନେକସନ ମୋଟ ପରିବାରର ୨୨ ପ୍ରତିଶତ ଘରେ ପହଁଚିଥିଲା। ମାତ୍ର ଆଜି ଦିନରେ ଏହି ସଂଖ୍ୟା ୬୯ ପ୍ରତିଶତରେ ପହଂଚିଲାଣି। ଏହା ସହ ଉଜ୍ଜଳା ଯୋଜନାରେ ଏଲପିଜି ଯୋଗାଇ ଦେବାପାଇଁ ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବଶୀଘ୍ର ଏଲପିଜି ଯୋଗାଣ ଲକ୍ଷ୍ୟ ପୂରଣ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏଲପିଜିର ବଜାର ଦର ବଢିବାରୁ ଆଜି ଦିନରେ କେନ୍ଦ୍ର ସରକାର ରାଜ୍ୟରେ ୩୨୬ ଟଙ୍କା ୨୨ ପଇସା ସବସିଡ୍‍ ଯୋଗାଉଛନ୍ତି। ଏଲପିଜି ରିହାତିକୁ ମଧ୍ୟସ୍ଥି ମୁକ୍ତ କରି ସିଧା ବ୍ୟାଙ୍କ ଖାତାରେ ଜମା କରି ଦିଆଯାଉଛି। ଏହାସହ ରାଜ୍ୟର କମନ ସର୍ଭିସ ସେଂଟର ଗୁଡିକରେ ୫ କିଲୋ ଓଜନର ଏଲପିଜି ଯୋଗାଇ ଦେବାର ବ୍ୟବସ୍ଥା କ୍ରୟ ଶକ୍ତିକୁ ଧ୍ୟାନରେ ରଖି ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାକୁ ଦୂର କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଗ୍ୟାସ ଭିତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହାସହ ଖୋରଧା ଠାରେ ଏଲପିଜି ବଟଲିଂ ପ୍ଲାଂଟ ପାଇଁ ତୁରନ୍ତ ଜମି ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories