ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲାଞ୍ଜିଗଡ ପ୍ରେସକ୍ଲବର କର୍ମକର୍ତ୍ତା
ଲାଞ୍ଜିଗଡ: ଓଡିଶାର ନୁଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ ଓଡିଶାର ଅଗ୍ରଣୀ ସାମ୍ବାଦିକ ସଂଘ ଲାଞ୍ଜିଗଡ ପ୍ରେସ କ୍ଲବର ନିଷ୍ପତି କ୍ରମେ ପ୍ରେସକ୍ଲବର ସକ୍ରିୟ ସଦସ୍ୟ ପ୍ରଭୁରଞ୍ଜନ ସାମଲ ତାଙ୍କୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସାମ୍ବାଦିକ ମାନଙ୍କ ପାଇଁ ଲୋକସଭା ଭବନ ଖୋଲା ଯିବା ପରିପ୍ରେକ୍ଷୀରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Comments are closed.