www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ବ୍ୟବସାୟରେ ଲାଭ ପାଇବେ: ଶନିବାର ରାଶିଫଳ

ମେଷ : ଉଚ୍ଚଶିକ୍ଷା ଓ ସାକ୍ଷାତ କାରର ପ୍ରସ୍ତୁତି ସ୍ବରୂପ ଦୈବୀ ଶକ୍ତିସମ୍ପନ୍ନ କନ୍ୟା ମନୋନୟନ କରିବେ। ନାନା ଉପାଦେୟ ପୁସ୍ତକ ପଠନରେ ମନ ଦେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସ୍ବୟଂସିଦ୍ଧା ହୋଇପାରନ୍ତି।
ବୃଷ: ମହତ୍‌ ପ୍ରୟାସୀ ହୋଇପାରନ୍ତି। ଜ୍ଞାନର ଅବତରଣ କରାଇ କଠିନ କାର୍ଯ୍ୟକୁ ସହଜ ସୁଲଭ କରାଇ ପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ରଣ କ୍ଷେତ୍ରରେ ଜଣେ ଶୌର୍ଯ୍ୟଶାଳୀର ପ୍ରମାଣ ଦେବେ।
ମିଥୁନ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। କର୍ମଚଞ୍ଚଳ ରହିବେ। ଆତ୍ମବିଶ୍ବାସୀ ଓ ବିରଳ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରିପାରେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତି ଦୃଢ଼ ହେବ।
କର୍କଟ: ଆପଣଙ୍କ ପ୍ରତ୍ୟେକ କର୍ମ ଯଜ୍ଞ ଓ କର୍ମଯୋଗରେ ପରିଣତ ହେବ। ତ୍ୟାଗରୂପକ ଜୀବନ ଶୋଧନର ରାଜମାର୍ଗକୁ ବାଛି ନେଇପାରନ୍ତି। ଧନ ଅର୍ଜନର ମାର୍ଗ ଉନ୍ମୁକ୍ତ ରହିଛି। କର୍ମଠ ଓ ମତିଜ୍ଞ ହେବେ।
ସିଂହ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ଆପଣ ନିଜର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆହାର ପରିବର୍ତ୍ତନ ଜରୁରୀ। ସ୍ନେହୀ ହେବେ।
କନ୍ୟା: ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି; ଏକାନ୍ତ ଓ ନିର୍ଜନ ସ୍ଥାନର ସାଧନା ଶୁଭଫଳ ଦାୟକ ହେବ। ଦାନଶୀଳ ଭାବେ ଗରିବଙ୍କ ସହାୟତା କରିବେ। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଧନ ବ୍ୟୟ କରିବେ।
ତୁଳା:ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାର ଭଳି ମହତ୍‌ କାର୍ଯ୍ୟକରି ପ୍ରଶଂସାଭାଜନ ହେବେ।
ବିଛା: କର୍ମକ୍ଷେତ୍ରରେ କଷ୍ଟ ସହି କାର୍ଯ୍ୟ କରି ଇଷ୍ଟ ପ୍ରାପ୍ତିର ହକ୍‌ଦାର ହେବେ। ଜଣେ କର୍ମଠ ଓ ଚରିତ୍ରବତ୍ତା ବ୍ୟକ୍ତିବିଶେଷ ଭାବେ ପ୍ରାୟ ପ୍ରତେକ କ୍ଷେତ୍ରରେ ମୁଣ୍ଡ ଟେକି ଆଗକୁ ବଢ଼ିପାରନ୍ତି। ନୀତିନିଷ୍ଠ ହେବେ।
ଧନୁ:କାର୍ଯ୍ୟର ସଫଳ ରୂପାୟନ କରି ଜଣେ କରିତ୍‌କର୍ମାର ପରିଚୟ ସୃଷ୍ଟି କରିବେ। ନିଜର ସାଧୁ ଗୁଣ ଓ ଦୈବୀଶକ୍ତି ବଳରେ ଶକ୍ତିମାନ୍‌ ହେବେ। ପ୍ରାପ୍ତ କ୍ଷମତାର ସଦ୍‌ ବ୍ୟବହାର କରି କର୍ମଯୋଗୀର ପ୍ରମାଣ ଦେବେ।
ମକର: ଆଜି ଏପରି ଏକ ଦିନ ଆପଣଙ୍କୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ମାନସିକ ସଂଘାତ ଅନୁଭବ କରିପାରନ୍ତି। ଠାକୁରଙ୍କ ନିକଟରେ ଭାବ ଭକ୍ତିର ନୈବେଦ୍ୟ ଢାଳି ଶରଣାଗତ ହେବେ।
କୁମ୍ଭ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କର୍ମତତ୍ପର ଓ ଧର୍ମ ମାର୍ଗରେ ମାର୍ଗୀ ହୋଇପାରନ୍ତି। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ।
ମୀନ: ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବ ଓ ଶୁଭେଚ୍ଛୁମାନଙ୍କ ସହାୟତାରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। କିଛି ବକୟା ଅର୍ଥ ପ୍ରାପ୍ତ ହୋଇ ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସତ୍‌ଗୁଣପରାୟଣ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories