www.samajalive.in
Monday, December 8, 2025
24.1 C
Bhubaneswar

ଡେଲିଭରି ବଏକୁ ମାଡ଼ ମାରି ଲୁଟ୍‌‌

ଭବାନୀପାଟଣା: କଳାହାଣ୍ଡିି ଜିଲା ସଦର ଥାନା ଅନ୍ତର୍ଗତ ଜମୁନାବାହାଲ୍ ଗାଁ ନିକଟରେ ଜଣେ ଡେଲିଭରି ବଏକୁ ଆକ୍ରମଣ ହୋଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୋବାଇଲ, ଟଙ୍କା ଏବଂ କିଛି ପାର୍ଶଲ ସାମଗ୍ରୀ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଜଣାପଡ଼ିଛି। ଡେଲିଭରି ବଏଙ୍କ ନାମ କ୍ଷେତ୍ରପାଳ ଭାଟି ଏବଂ ସେ ସ୍ଥାନୀୟ ଆମ୍ବଗଛ ପଡ଼ାର ବାସିନ୍ଦା ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନରେ କ୍ଷେତ୍ରପାଳ ଦାଦପୂର ଅଞ୍ଚଳରେ ଗ୍ରାହକଙ୍କୁ ପାର୍ଶଲ୍ ସାମଗ୍ରୀ ଦେଇ ଫେରୁଥିଲେ। ଏହି ସମୟରେ ଯମୁନାବାହାଲ ଗାଁ ପୂର୍ବରୁ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରି ଲୁଟ କରିଥିଲେ। ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚିବାରୁ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରେ ଏକ ନମ୍ୱର୍ ବିହୀନ ବାଇକ୍ ଛାଡି ଫେରାର ହୋଇଥିଲେ। ଗୁରୁତର ଅବସ୍ଥାରେ କ୍ଷେତ୍ରପାଳଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ସଦରଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories