www.samajalive.in
Sunday, December 7, 2025
15.1 C
Bhubaneswar

ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ‘ଭାରତୀୟ ନ୍ୟାୟ ସଂହିତା’

ଭୁବନେଶ୍ବର : ବଦଳିବ ବ୍ରିଟିଶ ଆଇନ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’। ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’। ଜୁଲାଇ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନୂଆ ପୁଲିସ ଆଇନ। ବ୍ରିଟିଶ ଅମଳରୁ ପ୍ରଚଳିତ ଏହି ଆଇନର ପରିବର୍ତ୍ତନ ହେବ। ଏନେଇ ଶୁକ୍ରବାର ସବୁ ରାଜ୍ୟର ପୁଲିସ ଡିଜିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ହୋଇଥିଲା। ନୂଆ ଆଇନ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକ ପରେ ପୁଲିସ ମହାନିର୍ଦେଶକ (ଡିଜିପି) ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ୧୮୬୦ରୁ ଚାଲିଥିବା ବ୍ରିଟିଶ ନିୟମ ଖୁବ୍‌ଶୀଘ୍ର ଉଠିଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୈଠକ ବସିଥିଲା। ସବୁ ରାଜ୍ୟ ଡିଜି ଆଭାସି ଜରିଆରେ ଉପସ୍ଥିତ ଥିଲେ। ପୂର୍ବରୁ ୫୧୧ଟି ସେକ୍ସନ୍‌ ଥିଲା ଏବେ ୩୫୮ଟି ସେକ୍ସନ୍‌ ରହିବ। ୧୭୫ଟି ସେକ୍ସନ୍‌ ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୁଲିସ ଆଇନ କାର୍ଯ୍ୟକାରୀ ହେଉଛି। ଆଇନ ବଦଳିବା ଓ ନୂଆ ଆଇନ କାର୍ଯ୍ୟକାରୀ ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି। ଅତିରିକ୍ତ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି। କେନ୍ଦ୍ର ଗୃହ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହିତ ଆଭାସିରେ ଆଲୋଚନା କରିଛନ୍ତି। ନୂଆ ଆଇନ ସଂକ୍ରାନ୍ତରେ ପୁଲିସ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଜୁଲାଇ ୧ ମଧ୍ୟରେ ଯେତିକି ମାମଲା ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ବିଚାର କରାଯିବ। ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଗତ ଡିସେମ୍ବରରେ ସଂଶୋଧିତ ନୂଆ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷୀ ଅଧିନିୟମ ଲାଗୁ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଫଳରେ ୧୫୦ ବର୍ଷର ପୁରୁଣା ବ୍ରିଟିଶ ଆଇନ ପରିବର୍ତ୍ତନ ହୋଇଛି। ଏହା ଏକ ବୈପ୍ଳବିକ ପରିବର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ପୁରୁଣା ଆଇପିସି ଓ ସିଆର୍‌ପିସି ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ପୁରୁଣା ନିୟମ ଓ‌ ନୂଆ ନିୟମ ମଧ୍ୟରେ ଅନେକ ଫରକ ରହିଛି। ପୁରୁଣା ନିୟମରେ ଅପରାଧକୁ ଗୁରୁତ୍ବ ଦିଆଯାଇଥିଲା ଏବେ ଅପରାଧ ସହ ନ୍ୟାୟକୁ ଅଧିକ ଗୁରୁତ୍ବ ଦିଆଯାଉଛି। ମାନବାଧିକାର, ତଦନ୍ତରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ସହ ଟ୍ରାଫିକ୍‌ ସମୟରେ କିପରି ସେ ଦିଗରେ ଅଧିକ ଗୁରୁତ୍ବ ଦେଇ ହେବ ସେନେଇ ନୂଆ ଆଇନରେ ପ୍ରାବଧାନ ରହିଛି। ନୂଆ ଆଇନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ସରକାରୀସ୍ତରରେ ସୂଚନା ଦିଆଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories