ଦୁଇଚକିଆ ଇଭି ବିକ୍ରି ତାଲିକାରେ ଓଲା ନଂ-୧
ନୂଆଦିଲ୍ଲୀ : ଦେଶର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ତାଲିକାରେ ସର୍ବପ୍ରଥମେ ଓଲା କମ୍ପାନୀ ନାଁ ରହିଛି । ବଜାରରେ ନଜର ଆସୁଥିବା ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡିରୁ ଅଧା କେବଳ ଓଲା କମ୍ପାନୀର ସ୍କୁଟର । କମ୍ପାନୀ ପରେ ଟିଭିଏସ୍ ଓ ବଜାଜ କମ୍ପାନୀ ନାଁ ଆସୁଛି । ବର୍ତ୍ତମାନ ଏହି ତାଲିକାରୁ ଏଥର ଏନର୍ଜି ବାହାରି ଯାଇଛି । ଓଲା ଗତ ମାସରେ ୩୭,୧୯୧ ୟୁନିଟ୍ସ ବିକ୍ରି କରିଛି । ଟିଭିଏସ୍ ୧୧,୭୭୦ ୟୁନିଟ୍ସ ଏବଂ ବଜାଜ ୯୧୮୯ ୟୁନିଟ୍ସ ବିକ୍ରି କରିଛି । ଏହା ପରେ ଏଥର ଏବଂ ହିରୋ ମୋଟୋକର୍ପ ଆସୁଛନ୍ତି । ଏଥର ୬,୦୨୪ ୟୁନିଟ୍ସ ଓ ହିରୋ ୨,୪୫୩ ୟୁନିଟ୍ସ ବିକ୍ରି କରିଛି ।
ଗତ ୫ ମାସର ବିକ୍ରି କଥା କହିବା ତ ଓଲା ଇଲେକ୍ଟ୍ରିକ୍ ଜାନୁୟାରୀରେ ୩୨,୩୮୪ ୟୁନିଟ୍, ଫେବୃୟାରୀରେ ୩୩,୯୯୧ ୟୁନିଟ୍, ମାର୍ଚ୍ଚରେ ୫୩,୫୦୧ ୟୁନିଟ୍, ଏପ୍ରିଲରେ ୭,୫୫୫ ୟୁନିଟ୍ ବିକିଥିଲା । ଏଥର ଏନର୍ଜି ଜାନୁୟାରୀରେ ୯,୩୭୨ ୟୁନିଟ୍, ଫେବୃୟାରୀରେ ୯୦୮୯ ୟୁନିଟ୍, ମାର୍ଚ୍ଚରେ ୧୭,୩୯୯ ୟୁନିଟ୍ ବିକିଥିଲା । ହିରୋ ମୋଟୋକର୍ପ ଜାନୁୟାରୀରେ ୧୪୯୫ ୟୁନିଟ୍, ଫେବୃୟାରୀରେ ୧୭୫୬ ୟୁନିଟ୍, ମାର୍ଚ୍ଚରେ ୪୦୮୦ ୟୁନିଟ୍ ବିକିଛି । ରିଭୋଲ୍ଟ ଜାନୁୟାରୀରେ ୫୩୦ ୟୁନିଟ୍, ଫେବୃୟାରୀରେ ୪୭୯ ୟୁନିଟ୍, ମାର୍ଚ୍ଚରେ ୫୯୪ ୟୁନିଟ୍, ଏପ୍ରିଲରେ ୭୪୫ ୟୁନିଟ୍ ଗାଡି ବିକିଛି ।
Comments are closed.