www.samajalive.in
Friday, December 12, 2025
14.1 C
Bhubaneswar

ଫୁଲବାଣୀରେ ଠାକୁରାଣୀ ଯାତ୍ରା ଉଦଯାପିତ, ‘ମୃତ୍ୟୁ ପରର ମଣିଷ’ଶ୍ରେଷ୍ଠ ନାଟକ

ଫୁଲବାଣୀ:ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ  ସମୟ ଧରି ଫୁଲବାଣୀ ସହରରେ ଚାଲିଥିବା ୨୬ତମ ମା ନାରାୟଣୀ ଠାକୁରାଣୀ ଯାତ୍ରା ଉଦଯାପିତ ହୋଇଛି। ଶେଷ ଦିନ ପଞ୍ଚଦେବୀ ପଞ୍ଚ ଠାକୁରାଣୀଙ୍କୁ ପୂଜା ଅର୍ଚ୍ଚନା କରି ନିଜ ନିଜ ମୂଳ ପୀଠକୁ ଶୋଭାଯାତ୍ରାରେ ନେଇ ଛାଡି ଦିଆଯାଇଛି। ପ୍ରଥମେ ଚାରି ଦେବୀଙ୍କୁ ଛାଡିଲା ପରେ ସନ୍ଧ୍ୟାରେ ବିରାଟ ପଟୁଆରରେ ମା ନାରାୟଣୀଙ୍କୁ ତାଙ୍କର ଆସ୍ଥାନ ନାରାୟଣୀ ମନ୍ଦିରରେ ଛାଡି ଦିଆଯାଇଛି।ଉଦଯାପନୀ ଉତ୍ସବରେ ବିଭିନ୍ନ ବଜାର କମିଟି, ପୌର ପରିଷଦ, ଅଗ୍ନିଶ୍ରମ, ସ୍ୱାସ୍ଥ୍ୟ ବିଭାଗ, ପୁଲିସ ପ୍ରଶାସନ, ସ୍ବେଛାସେବୀ, ନାଟକ ପ୍ରତିଯୋଗିତାରେ ଭାଗ ନେଇଥିବା  କଳାକାରମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା।
ଜିଲା କଳାକାର ମଞ୍ଚ ଦ୍ୱାରା ‘ମୃତ୍ୟୁ ପରର ମଣିଷ’ ନାଟକକୁ ଶ୍ରେଷ୍ଠ ନାଟକ ଏବଂ  ନିର୍ଦେଶକ ଶିବ ପ୍ରସାଦ ନନ୍ଦଙ୍କୁ ଶ୍ରେଷ୍ଠ ନିର୍ଦେଶକ ଓ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା। ଏହି ନାଟକର ଶ୍ରେଷ୍ଠ ଖଳନାୟକ ନୀଳାଞ୍ଚକ ଦିଗାଲ ଓ ଶ୍ରେଷ୍ଠ ସହ ହାସ୍ୟ ଅଭିନେତାଙ୍କୁ ସମର୍ଦ୍ଧିତ କରାଯାଇଥିଲା।
ଯୁବ ପରିଷଦ ବିସିପଡା ଦ୍ୱାରା ଅଭିନୀତ ନାଟକ ‘ଜନମ ନେଇଛି କାନ୍ଦିବା ପାଇଁ’ରେ ଶ୍ରେଷ୍ଠ ଚରିତ୍ର  ଅଭିନେତା ସୁକାନ୍ତ କୁମାର ବେହେରା,  ସହ ଶ୍ରେଷ୍ଠ ହାସ୍ୟ ଅଭିନେତା, ଶ୍ରେଷ୍ଠ ସହ ନାୟକ  ମିଲଥିଲା। ସେହିପରି  ଲକ୍ଷ୍ମୀ ନୃସିଂହ ନାଟ୍ୟ ପରିଷଦ ତରଫରୁ  ଆୟୋଜିତ ନାଟକ ‘ଲୁହ ପିଇ ଯାଏ ପଣତକାନି’ ରେ ଶ୍ରେଷ୍ଠ ସହ ଖଳନାୟକ ମନୋଜ କୁମାର ବେହେରା, ଶ୍ରେଷ୍ଠ ଶିଶୁ  କଳାକାର ତେଜ ନାୟକ,, ଶ୍ରେଷ୍ଠ ସହ ଚରିତ୍ର ଅଭିନେତା ପ୍ରକାଶ କହଁରଙ୍କୁ ପୁରସ୍କୃତ କରାଯାଇଥିଲା।
ନାଟ୍ୟକାର କୈଳାଶ ଚନ୍ଦ୍ର ଧଳ, ଅଭିନେତା  ଦୀନବନ୍ଧୁ ମହାନ୍ତି, ସାହିତ୍ୟିକ ପ୍ରସନ୍ନ ପଣ୍ଡା ପ୍ରଭୃତି  ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ମାସାଧିକ କାଳ ସଂଯୋଜନା ତୁଲାଇଥିବା ଅଶୋକ ମହାନ୍ତି ଙ୍କୁ ଏବଂ ମା ସ୍ମରଣିକାର ସମ୍ପାଦକ କୈଳାଶ ଚନ୍ଦ୍ର ଧଳଙ୍କୁ ଏହି ଅବସରରେ ସମର୍ଦ୍ଧିତ କରାଯାଇଥିଲା।  ଉତ୍ସବରେ ସଭାପତି ପି ସୁଧାଂଶୁ ସେନାପତି, ଉପସଭାପତି ସୁଜିତ ବେହେରା, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସମସ୍ତ ଉପଦେଷ୍ଟା ମାନେ ଉପସ୍ଥିତ ଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories