www.samajalive.in
Friday, December 12, 2025
14.1 C
Bhubaneswar

ଅନର ଆଣିଲା ଫ୍ଲିପ୍ ଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଅନର ଆଜି ନିଜ ପ୍ରଥମ ଫ୍ଲିପ୍ ଫୋନ୍ ବଜାରକୁ ନେଇଆସିଛି । ଏହାକୁ ଅନର ମ୍ୟାଜିକ୍ ଭି ଫ୍ଲିପ୍ ନାଁ ଦେଇଛି କମ୍ପାନୀ । ଏହା ସାମସଙ୍ଗ ଗ୍ୟାଲେକ୍ସି ଜେଡ୍ ଫ୍ଲିପ୍ ୫, ଓପୋ ଫାଇଣ୍ଡ ଏନ୍ ୩ ଫ୍ଲିପ୍, ଭିଭୋ ଏକ୍ସ ଫ୍ଲିପ୍ ଆଦିକୁ ଟକ୍କର ଦେବ । କୁହାଯାଉଛି ଅନ୍ୟ ଫ୍ଲିପ୍ ଫୋନ୍ ତୁଳନାରେ ଏଥିରେ ବଡ କଭର ସ୍କ୍ରିନ୍ ରହିଛି ।

ଏଥିରେ ୪ ଇଞ୍ଚର ବଡ କଭର ସ୍କ୍ରିନ୍ ରହିଛି । ଏହାର ଭିତର ସ୍କ୍ରିନ୍ ୬.୮ ଇଞ୍ଚ । ଏଥିରେ ୧୨୦ ହର୍ଜ ଏଲଟିପିଓ ଡିସପ୍ଲେ ଏବଂ ୨୫୦୦ ନିଟ୍ସ ପିକ୍ ବ୍ରାଇଟନେସ ରହିଛି । ଏହାର ସ୍କ୍ରିନର ରିଜୋଲ୍ୟୁସନ ୧.୫ କେ । ଫୋନରେ ଡୁଆଲ ଷ୍ଟେରିଓ ସ୍ପିକର ମିଳିବ ।  ଫୋନରେ ଫଟୋଗ୍ରାଫି ପାଇଁ ୫୦ ଏମପିର ସୋନି ଆଇଏମଏକ୍ସ୯୦୬ ମେନ୍ ସେନ୍ସର ଏବଂ ୧୨ ମେଗାପିକ୍ସେଲର ଅଲ୍ଟ୍ରା ଓ୍ବାଇଡ୍ ଲେନ୍ସ ରହିଛି । ସେଲ୍ଫି ପାଇଁ ଫୋନରେ ୫୦ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି ।

- Advertisement -

ଫୋନରେ ସ୍ନାପଡ୍ରାଗନ ୮ ପ୍ଲସ ଜେନ୍ ୧ ପ୍ରୋସେସର ମିଳିବ । ଏଥିରେ ୧୨ ଜିବି ରାମ୍ ଓ ୧ ଟିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ । ଫୋନରେ ଚାର୍ଜିଂ ପାଇଁ ୪୮୦୦ ଏମଏଏଚର ବ୍ୟାଟେରୀ ରହିଛି । ଫୋନ୍ ଆଣ୍ଡ୍ରଏଡ୍ ୧୪ ଆଧାରିତ ଏବଂ ଏଥିରେ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ । ଏହାର ୮ ଏବଂ ୨୫୬ ଜିବି ଭେରିଏଣ୍ଟର ଦାମ୍ ୫୭,୫୦୦ ଟଙ୍କା ଥିବାବେଳେ ଏହାର ୧୨ ଜିବି ଏବଂ ୫୧୨ ଜିବି ଭେରିଏଣ୍ଟର ଦାମ୍ ୬୩,୩୦୦ ଟଙ୍କା ରଖିଛି କମ୍ପାନୀ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories