www.samajalive.in
Friday, December 12, 2025
14.1 C
Bhubaneswar

ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର 

ଗୋପାଳପୁର : ଗୋପାଳପୁର ଥାନା ଅଧୀନ ରଙ୍ଗେଈଲୁଣ୍ଡା ଗାଁରେ ଗତ ୮ ତାରିଖରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟି ଥିବା ବେଳେ ପାଞ୍ଚ ଦିନ ପରେ ମୃତ ମହିଳାଙ୍କ ପରିବାର ବର୍ଗ ପକ୍ଷରୁ ଗୋପାଳପୁର ଥାନାରେ ମହିଳାଙ୍କୁ ହତ୍ୟା କରା ଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ପୁଲିସ ଏତଲାକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରିବା ସହ ମହିଳାଙ୍କ ସ୍ୱାମୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥୁବା ସୂଚନା ମିଳିଛି।
ମୃତା ମହିଳା ଜଣଙ୍କ ହେଲେ ବି. ପୁଷ୍ପା (୨୮)ବୋଲି ଜଣାପଡିଛି ।
୨୦୧୯ ରେ   ଜରଡ଼ା ଥାନା ଅଧିନସ୍ଥ ବି. ନୂଆଗାଁ ଗ୍ରାମର ଏମ. ଜଗମ୍ମାଙ୍କ ଝିଅ ପୁଷ୍ପା ରଙ୍ଗେଈଲୁଣ୍ଡା ଗାଁର ବି. ଦଣ୍ଡପାଣିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ପୁଷ୍ପାଙ୍କୁ ଶାଶୂଘର ଲୋକ  ଯୌତୁକ  ନିର୍ଯାତନା ଦେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଗ୍ରାମରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତରେ  ବୈଠକ କରାଯାଇ ସମାଧାନ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗତ ୭ ତାରିଖରେ କୌଣସି ଏକ କଥାକୁ ନେଇ ସ୍ୱାମୀ ଦଣ୍ଡପାଣି ସହ ପୁଷ୍ପାଙ୍କ ଝଗଡା ହୋଇଥିଲା। ଏହାକୁ ନେଇ ପୁଷ୍ପା ନିଜ ବାପା ମାକୁ ଜଣାଇଥିଲେ। ପୁଷ୍ପାଙ୍କ ବାପା ମା ଆସି ପୁଷ୍ପାଙ୍କୁ ଘରକୁ ନେଇଯିବା ପାଇଁ ଦାବୀ କରିଥିଲେ ମଧ୍ୟ ଦଣ୍ଡପାଣିଙ୍କ ପରିବାର ପୁଷ୍ପାଙ୍କୁ ଛାଡି ନଥିଲେ। ଯାହାଫଳରେ ବାପା ମା ବାଧ୍ୟ ହୋଇ ନିଜ ଗାଁକୁ ଫେରି ଆସିବାର କିଛି ସମୟ ପରେ ଦଣ୍ଡପାଣି ଫୋନ ଯୋଗେ ତୁମ ଝିଅ ମରିଗଲା ବୋଲି କହିଥିଲେ। ପରଦିନ ସକାଳେ ପୁଷ୍ପାଙ୍କ ପରିବାର ରଙ୍ଗେଈଲୁଣ୍ଡାରେ ପହଞ୍ଚିବା ପୂର୍ବରୁ ଶଶୁର ଘର ପକ୍ଷରୁ ଗ୍ରାମ ମଶାଣିରେ ତରବରିଆ ଭାବେ ପୁଷ୍ପାଙ୍କ ମୃତଦେହକୁ ପୋଡି ଦେଇଥିଲେ। ପୁଷ୍ପାଙ୍କ ସ୍ୱାମୀ ଓ ଶାଶୁ ଶଶୁର ଝିଅର ମୃତ୍ୟୁକୁ ନେଇ  କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ।
ଘଟଣାକୁ ପ୍ରଘଟ ନ କରିବା ପାଇଁ ଦଣ୍ଡପାଣି ପରିବାର ସଦସ୍ୟ ଏବଂ ଗାଁର ଭଦ୍ର ଲୋକ ପୁଷ୍ପାଙ୍କ ବାପାମାଙ୍କୁ ଚାପ ପକାଇଥିଲେ।  ଶେଷରେ ଏ ନେଇ ଗୋପାଳପୁର ଥାନାରେ ମୃତ ପୁଷ୍ପାଙ୍କ ମା ଜାଗମ୍ମା ମୋ ଝିଅଙ୍କୁ ଶାଶୂଘର ଲୋକ ମାରିଦେଇ ପୋଡି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୮୩/୨୪ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ।  ପୁଲିସ ଏବଂ ସାଇଣ୍ଟିଫିକ ଟିମ ରଙ୍ଗେଇଲୁଣ୍ଡା ଗାଁ ମଶାଣିରେ ପହଞ୍ଚି ମୃତା ପୁଷ୍ପାର ହାଡ଼ ଓ ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ସ୍ୱାମୀ ଦଣ୍ଡପାଣିକୁ ଗୋପାଳପୁର ପୁଲିସ ଥାନାରେ ଅଟକ ରଖିଛି। ଏହାସହିତ ପୁଲିସ  ପଡୋଶୀ ଲୋକଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଥିବା ନେଇ ବ୍ରହ୍ମପୁର ସଦର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ପରିଡା ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories