ଚାରିଛକ: ବୌଦ୍ଧ ଜିଲା ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମ ର ଚାଷୀଙ୍କୁ ଆଜି ଖରିଫ ଋତୁ ମାଣ୍ଡିଆ ଚାଷ ପାଇଁ ବିହନ ବିତରଣ କରାଯାଇଛି। ଉକ୍ତ ବିହନ ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଚାଷୀଙ୍କୁ ବିହନ ବିତରଣ କରିଥିଲେ।
ମାଣ୍ଡିଆ ଏକ ବହୁ ପୁରାତନ ଖାଦ୍ୟ ଶସ୍ୟ ସହିତ ପୃଷ୍ଟିକର, ଔଷଧିୟ ଗୁଣ ଓ ଭିଟାମିନ ଯୁକ୍ତ ହୋଇଥିବାରୁ ଗତ ବର୍ଷ ଠାରୁ କୋଇଲିସୂତା ଗ୍ରାମରେ ମାଣ୍ଡିଆ ଚାଷର ଚାହିଦା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଶ୍ରୀ ପାଣିଗ୍ରାହୀ ମାଣ୍ଡିଆ ବିହନ ବିତରଣ କରିବା ସହିତ ଚାଷଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ଚାଷୀଙ୍କୁ ଅବଗତ କରାଇଥିଲେ। ଏହି ବିତରଣ କାର୍ୟ୍ୟକ୍ରମରେ କମ୍ୟୁନିଟି ରିସର୍ଚ୍ଚ ପରସନ-ପୁରୁଷୋତ୍ତମ ଦେହୁରୀ ସହଯୋଗ କରିଥିଲେ।



