www.samajalive.in
Friday, December 12, 2025
14.1 C
Bhubaneswar

ଟ୍ରେନରେ ବିପଜ୍ଜନକ ଯାତ୍ରା, ଭିଡିଓ ଦେଖି ଲୋକେ କହିଲେ ଏମିତି…

ନୂଆଦିଲ୍ଲୀ : ଭାରତରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ଯଦିଓ ଟ୍ରେନରେ ଯାତ୍ରା ସୁରକ୍ଷିତ କିନ୍ତୁ ଅନେକ ଲୋକ ନିଜ ଜୀବନକୁ ବାଜି ଲଗାଇ ଟ୍ରେନରେ ଓହଳି ଯାତ୍ରା କରନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । ଭିଡିଓରେ କିଛି ଲୋକ ଟ୍ରେନର ଛାତ ଉପରେ ଯାତ୍ରା କରୁଛନ୍ତି ।

ରେଳବାଇ ନିୟମ ଅନୁସାରେ ଟ୍ରେନ ଛାତ ଉପରେ ଯାତ୍ରା କରିବା ଅପରାଧ । ଏଭଳି କଲେ ଜୋରିମାନା ଲାଗିପାରେ । କିନ୍ତୁ କିଛି ଅମାନିଆ ଏଭଳି ହରକତ କରୁଛନ୍ତି । ଏହାର ଦୃଶ୍ୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ । ଏବେ ଏମିତି ଏକ ଦୃଶ୍ୟର ଭିଡିଓ ଭାଇରାଲ ହେଉଛି ।

- Advertisement -

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ହଂସରାଜମିନା ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ୧୭ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୨୨ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ଭିଡିଓରେ କିଛି ଲୋକ ଲେଖିଛନ୍ତି କି ଭାରତରେ ଗରିବଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପଇସା ଅଭାବରୁ ବିପଜ୍ଜନକ କାମ କରିବାକୁ ପଛାଉନାହାଁନ୍ତି ବୋଲି ପ୍ରତିକ୍ରିୟାରେ ଲେଖୁଛନ୍ତି ଲୋକେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories