www.samajalive.in
Friday, December 12, 2025
14.1 C
Bhubaneswar

ହୁମ୍ମାରେ ପାନୀୟ ଜଳ ସମସ୍ୟା, ରାସ୍ତାରୋକ କଲେ ମହିଳା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ହୁମା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ହୁମାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦୂର ପାଇଁ ବାରମ୍ବାର ଅଭିଯୋଗ ପରେ କେହି ନଶୁଣିବାରୁ ଶେଷରେ ବାଧ୍ୟ ହୋଇ ହାଣ୍ଡିମାଠିଆ ରଖି ମହିଳାମାନେ ରାସ୍ତାରୋକ କରିଥିଲେ।
ସୂଚନା ଯୋଗ୍ୟ ଯେ ଗଞ୍ଜାମ ବ୍ଲକ ହୂମ୍ମା ପଞ୍ଚାୟତ ହୂମ୍ମା ଗ୍ରାମରେ ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ପାନୀୟ ଜଳର ସମସ୍ୟା ଲାଗି ରହିଥିଲା। ଏନେଇ କୌଣସି ଏହାର ସମାଧାନ ନହେବାରୁ ଆଜି ମହିଳାମାନେ ହଣ୍ଡା, ମାଠିଆ ଧରି ମହିଳାମାନେ ରାସ୍ତା ରୋକ କରିଥିଲେ। ସେମାନେ ପୁରୁଷୋତ୍ତମପୁର ଠାରୁ ହୂମ୍ମା ମୁଖ୍ୟ ରାସ୍ତା  ରାଜ୍ୟ ରାଜପଥ ଅବରୋଧ କରିଥିଲେ ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଗ୍ରାମକୁ ଦୀର୍ଘ ଦିନ ଧରି ପାନୀୟ ଜଳ ଆସୁନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବିକ୍ଷୋଭ ପ୍ରଦର୍ଶନକାରୀ ମହିଳାମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ମଧ୍ୟ୍ୟ କେହି ଶୁଣୁନଥିବରୁ ଶେଷରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିଲେ ବୋଲି ମହିଳାମାନେ କହିଥିଲେ।
ଖବର ପାଇ ହୁମ୍ମା ଫାଣ୍ଡି ଥାନା ପୁଲିସ ଓ ଜଳ ବିଭାଗ ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କିଛି ଦିନ ମଧ୍ୟ୍ୟରେ ଏହି ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ  ଆନ୍ଦୋଳନରୁ ଓହରିଥିଲେ। ପ୍ରାୟ ୧ ଘଣ୍ଟା ପ୍ରଯ୍ୟନ୍ତ ପାଣି ପାଇଁ ଏହି ରାସ୍ତା ରୋକ ହୋଇଥିଲା ଯାହା ଫଳରେ ବହୁ ଗାଡି ଅଟକ ରହିଥିବା ଦେଖିବାକୁ ମିଳିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories