www.samajalive.in
Saturday, December 13, 2025
26.1 C
Bhubaneswar

ପୁଲିସ ପଞ୍ଝାରେ ରାଜପଥ ଲୁଟେରା ଗ୍ୟାଙ୍ଗ, ସ୍ପିଡ୍‌‌ ବାଇକରେ ଆସି ଲୁଟୁଥିଲେ

ସମାଜ ଡିଜିଟାଲ ଡେସ୍କ: ସ୍ପିଡ୍‌‌ ବାଇକରେ ଆସି ଲୋକଙ୍କୁ ଲୁଟୁଥିଲେ। ମହିଳାଙ୍କ ବେକରୁ ସୁନା ଚେନ୍‌‌, ହାତରୁ ବ୍ୟାଗ ଝାମ୍ପି ଆଖି ପିଛୁଳାକେ ଫେରାର ହୋଇଯାଉଥିଲେ। ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖରେ ଏଭଳି ଲୁଟ୍‌‌ କରି ଆତଙ୍କ ଖେଳାଇଥିବା ରାଜପଥ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍‌‌ ପୁଲିସ।

ପୁଲିସ ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଦାମୀ ବାଇକ୍‌‌ ଏବଂ ଚୋରି କରାଯାଇଥିବା ବହୁ ପରିମାଣର ସୁନାରୁପା ଅଳଙ୍କାର ଜବତ କରାଯାଇଛି। ପୁଲିସ କମିଶନର ସଞ୍ଜୀବ ପଣ୍ଡା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ପୂର୍ବରୁ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତ ରହିଛନ୍ତି କି ନାହିଁ ସେ ଦିଗରେ ପୁଲିସ ଅଧିକ ତଦନ୍ତ ଚଳାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories