www.samajalive.in
Saturday, December 13, 2025
26.1 C
Bhubaneswar

ନୂଆ ସରକାରଙ୍କ ପ୍ରଥମ ବୈଠକ ଶେଷ: ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବ, ୧୦୦ ଦିନରେ କାର୍ଯ୍ୟକାରୀ ହେବ ‘ସୁଭଦ୍ରା ଯୋଜନା’

ଭୁବନେଶ୍ବର: ନୂଆ ସରକାରର ପ୍ରଥମ ବୈଠକ ଶେଷ ହୋଇଛି। ଆଜି ଲୋକସଭା ଭବନରେ ଆୟୋଜିତ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଶେଷ ହୋଇଛି। କ୍ୟାବିନେଟ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ପାରିତ ହୋଇଛି। ଶ୍ରୀମନ୍ଦିରର ୪ଟି ଦ୍ବାର ଖୋଲିବାକୁ ପ୍ରସ୍ତାବ ପାରିତ କରାଯାଇଛି। ଆସନ୍ତାକାଲି ସକାଳୁ ଶ୍ରୀମନ୍ଦିରର ୪ଟି ଦ୍ବାର ଖୋଲିବ। ସକାଳ ମଙ୍ଗଳ ଆଳତୀ ସମୟରେ ଆସନ୍ତାକାଲି  ଶ୍ରୀମନ୍ଦିରର ୪ଟି ଦ୍ବାର ଖୋଲାଯିବ। ଆଜି ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ପୁରୀ ଯିବେ। ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ପୁରୀରେ ଯାତ୍ରୀଯାପନ କରିବେ। ଆସନ୍ତାକାଲି ସକାଳେ ମନ୍ତ୍ରୀ ପରିଷଦଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବ ବୋଲି ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ, ବିକାଶ ଓ ପରିଚାଳନା ସହିତ ତୀର୍ଥ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ନୂତନ ସରକାର ଆସିଲା ପରେ ଏଥିପାଇଁ ଏକ କର୍ପସ ଫଣ୍ଡ ବା ପାଣ୍ଠି ଗଠନ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ। ଏହା ଶ୍ରୀମନ୍ଦିର ପରିଚାଳନା, ମରାମତି ଓ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ।

- Advertisement -

ଚାଷୀମାନଙ୍କ ବିଭିନ୍ନ ସମସ୍ୟା,  ଧାନ ସଂଗ୍ରହ, ଧାନର ବିକ୍ରୟ ମୂଲ୍ୟ ଆଦି ଉପରେ ସ୍ବତନ୍ତ୍ର ନୀତି ‘ସମୃଦ୍ଧ କୃଷକ ନୀତି’ ଅଣାଯିବ। ଧାନ ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ଏବଂ ବିଜେପି ଦେଇଥିବା ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ କରାଯିବ। ମହିଳାମାନଙ୍କ ବିକାଶ ଓ ଆର୍ଥିକ ପ୍ରଗତି ପାଇଁ ‘ସୁଭଦ୍ରା ଯୋଜନା’କୁ ୧୦୦ ଦିନ ମଧ୍ୟରେ କାର୍ଯ୍ୟକାରୀ ସହ ୫୦ହଜାର ଟଙ୍କାର ଭାଉଚର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories