www.samajalive.in
Tuesday, December 9, 2025
26.1 C
Bhubaneswar

ଉତ୍ସବମୁଖର କଲା ଡଟ୍‍ ଫେଷ୍ଟ

ହକି ବିଶ୍ୱକପ୍‍କୁ ଏକ ଉତ୍ସବର ରୂପ ଦେବା ଉଦ୍ଦେଶ୍ୟରେ ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ଡଟ୍‍ ଫେଷ୍ଟ’ (ଭୁବନେଶ୍ୱର ସିଟି ଫେଷ୍ଟ)। ହକି ବିଶ୍ୱକପ୍‍ ସହ ସମାନ୍ତରାଳ ଭାବେ ରାଜଧାନୀରେ ଆୟୋଜିତ ହୋଇଥିଲା ଏଭଳି ଅନେକ ଷ୍ଟ୍ରିଟ୍‍ କାର୍ଣ୍ଣିଭାଲ। ‘ଡଟ୍‍ ଫେଷ୍ଟ’ରେ ବଲିଉଡ୍‍ର ନାମୀ କଳାକାର ନିଜର ସଙ୍ଗୀତ ଯାଦୁରେ ଦର୍ଶକଙ୍କୁ କରିଥିଲେ ମତୁଆଲା। ରାଜଧାନୀର ପ୍ରଦର୍ଶନୀ ପଡ଼ିଆଠାରେ ଏହି ଅବସରରେ କାର୍ଯ୍ୟକ୍ରମ ପରିବେଷଣ ଲାଗି ଏକାଠି ହୋଇଥିଲେ ଶାନ୍‍, ଶ୍ରୀୟା ଘୋଷାଲ, ଶଙ୍କର-ଏହସାନ୍‍-ଲୟ, ବିଶାଲ ଓ ଶେଖର, ଫରହନ୍‍ ଅଖତାର, ସିଦ୍ଧାନ୍ତ ଶର୍ମା ଏବଂ ସୋନା ମହାପାତ୍ରଙ୍କ ଭଳି ବଲିଉଡ୍‍ର ଷ୍ଟାର ସିଙ୍ଗର। ‘ବୁକ ମାଇଁ ଶୋ’ଜରିଆରେ ‘ଡଟ୍‍ ଫେଷ୍ଟ’ ପାଇଁ ଗ୍ରାହକ ଟିକଟ କିଣିଥିଲେ। ଏହି ଡଟ୍‍ ଫେଷ୍ଟରେ ବଲିଉଡ୍‍ର ଆଗଧାଡ଼ିର ସୁନ୍ଦରୀ ଗାୟିକା ଶ୍ରୀୟା ଘୋଷାଲ, ଶାନ୍‍, ବଲିଉଡ୍‍ର ହେଭିୱେଟ୍‍ ସଙ୍ଗୀତ ନିର୍ଦେଶକ, ଗାୟକ ତଥା ଲେଖକ ଫରହାନ୍‍ ଅଖତାର, ବିଶାଲ ଓ ଶେଖର, ସୋନା ମହାପାତ୍ର ଏବଂ ବଲିଉଡ୍‍ର ଅମର ଆକବର ଆନ୍ଥୋନୀ କୁହାଯାଉଥିବା ଗାୟକ ତଥା ସଙ୍ଗୀତ ନିର୍ଦେଶକ ଶଙ୍କର-ଏହସନ୍‍-ଲୟଙ୍କ କାର୍ଯ୍ୟକ୍ରମ ଥିଲା ସବୁଠାରୁ ଆକର୍ଷଣୀୟ। େସହିଭଳି ଏହି ସମୟରେ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିଲା ଫୁଡ୍‍ ଫେଷ୍ଟିଭାଲ। ଏଥିରେ ଦର୍ଶକ ଦୀର୍ଘ ୧୬ ଦିନ କାଳ ବିଭିନ୍ନ ଦେଶୀ ତଥା ବିଦେଶୀ ଖାଦ୍ୟ ସାମଗ୍ରୀର ମଜା ଉଠାଇଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories