www.samajalive.in
Wednesday, December 10, 2025
14.1 C
Bhubaneswar

କାଳିଆଗୁଡାକୁ ଜିଲା ଶିଶୁ ସୁରକ୍ଷା ଟିମ ଗସ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କାଳିଆଗୁଡା ଗ୍ରାମକୁ ଜିଲା ଶିଶୁ ସୁରକ୍ଷା ଟିମ ଗସ୍ତ କରିଥିବା ଦେଖିବାକୁ ମିଳିଛି । ଭଙ୍ଗାଦଦରା କୁଡ଼ିଆରେ ୫ପ୍ରାଣୀଙ୍କ ଜୀବନ ବିତୁ ଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଆଜି ଜିଲା ଶିଶୁ ସୁରକ୍ଷାର ଏକ ଦଳ କାଳିଆଗୁଡାରେ ପହଞ୍ଚିଛନ୍ତି ।ଏଥିରେ ଜିଲା ଶିଶୁ  ବିଭାଗ ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ପ୍ରତାପ କୁମାର ଦାସ, ଜିଲା ଆଇନ ଅଧିକାରୀ ନିରାକାର ପାଢ଼ୀ, ଜିଲା ଶିଶୁ ମଙ୍ଗଳ କମିଟି ଅଧିକାରୀଣି ବିଦୁଲତା ହୁଈକା  ପହଞ୍ଚି  ଘଟଣା ସମ୍ପର୍କରେ ଅବଗତ ହେବାପରେ ସ୍ଥାନୀୟ ବିଡ଼ିଓ ମନୀଷା ଦାସଙ୍କ ସହିତ ଯୋଗାଯୋଗ କରି ଏହି ପରିବାରକୁ ଆବାସ ଯୋଜନା,ବିଧବା ଭତ୍ତା ଓ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରି ସେଥିରେ ସାମିଲ କରିବା ପାଇଁଥିଲେ ।

 

ପ୍ରକାଶ ଥାଉକି  ଭଙ୍ଗା ଦଦରା କୁଡ଼ିଆରେ ଦୟନୀୟ ଅବସ୍ଥାରେ ଵିତୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ ।ଏକ ବର୍ଷ  ହେବ ସ୍ୱାମୀ ହୁଈକା ନବେରାଓ ଙ୍କ ଦେହାନ୍ତ ପରେ ୪ଟି କୁନିକୁନି କନ୍ୟା ସନ୍ତାନକୁ ଧରି ମାଟି କାନ୍ଥ ଓ ଭଙ୍ଗା ଦଦରା ଚାଳ ଛପର ଉପରେ ପଲିଥିନ ପକାଇ ପଡି ରହିଛନ୍ତି ବିଧବା ହୁଈକା ମାଝିବାଣୀ । ପିଲାଙ୍କୁ ଘରେ ଛାଡ଼ି ମଜୁରୀ ଖଟିବାକୁ ଯାଉଛନ୍ତି । କାମ କରି ଯେଉଁ ପଇସା ଆଣୁଛନ୍ତି  ତାହା ପରିବାର ଭରଣପୋଷଣ ରେ ନିଅଣ୍ଟ ହେଉଛି ।ସରକାର ତରଫରୁ ରେସନ କାର୍ଡ ବ୍ୟତୀତ ଅନ୍ୟ କୌଣସି ଯୋଜନାରେ ସାମିଲ କରାଯାଇନାହିଁ ।ସ୍ୱାମୀ ମୃତ୍ୟୁ ପରେ ବିଧବା ଭତ୍ତା ମିଳିନ ଥିବା କୋହ ଭରା କଣ୍ଠ ରେ କହିଥିଲେ ।ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories