www.samajalive.in
Wednesday, December 10, 2025
14.1 C
Bhubaneswar

ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ରୋଗୀଙ୍କ ପାଖରେ ‘ଆଭା ଆଇଡି’ (ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ)କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଜାତୀୟ ଭେଷଜ ଆୟୋଗ (ଏନ୍‌ଏମସି) ବିଜ୍ଞପ୍ତି ଜାରି କରିଛି।

ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ମେଡିକାଲ କଲେଜ ସେମାନଙ୍କ ଅଧୀନରେ ଥିବା ଡାକ୍ତରଖାନାକୁ ବହିର୍ବିଭାଗ, ଆନ୍ତଃ ବିଭାଗ ଓ ଆଶୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନିକଟରେ ଆଭା ଆଇଡି ଥିବା ନିଶ୍ଚିତ କରିବେ। ଡାକ୍ତରଖାନା ପଞ୍ଜୀକରଣ ସଂଖ୍ୟା ସହ ଆଭା ଆଇଡି ସଂଯୁକ୍ତ କରାଯିବ; ତେବେ ଆଭା ଆଇଡି ନ ଥିବା ରୋଗୀଙ୍କୁ ବିନା ଚିକିତ୍ସାରେ ଫେରାଇ ଦିଆଯାଇପାରିବ ନାହିଁ ବୋଲି ଏନ୍‌ଏମସି ସ୍ପଷ୍ଟ କରିଛି।

- Advertisement -

ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଯୋଜନା ଅଧୀନରେ ଆଭା ଆଇଡି ଏକ ୧୪ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ପରିଚୟ ସଂଖ୍ୟା। ଏହା ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଡିଜିଟାଲ ତଥ୍ୟ ରଖିଥାଏ। ୨୦୨୩ ଅକ୍ଟୋବରରେ ରୋଗୀଙ୍କ ପଞ୍ଜୀକରଣ ଆଭା ଆଇଡି ମାଧ୍ୟମରେ କରିବାକୁ ଏନ୍‌ଏମସି ସ୍ଥିର କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories