www.samajalive.in
Monday, December 8, 2025
17.1 C
Bhubaneswar

୧୫ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ

ଦେବଗଡ଼ : ସାବିତ୍ରୀ ବ୍ରତ ଭୋଗଖାଇ ତିଲେଇବଣି ବ୍ଲକ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଧୋବଲିପଥର ଗ୍ରାମର ୧୫ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟମାନେ ନିଜ ନିଜ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅମାବାସ୍ୟା ପର୍ବ ରହିଥିବାବେଳେ ଉପବାସ ବ୍ରତଧାରିଣୀ ମାନେ ଗୋଟିଏ ସ୍ଥାନରେ ସାମୂହିକ ଭାବେ ପୂଜାର୍ଚ୍ଚନା କରିଥିଲେ। ପୂଜା ଶେଷ ହେବାପରେ ବ୍ରତଧାରିଣୀ ମାନେ ପ୍ରସାଦ ସେବନ କରିବା ସହ ସ୍ୱାମୀ ତଥା ପରିବାରର ଅନ୍ୟ ସଦସ୍ୟ ସଦସ୍ୟା ମାନଙ୍କ ପାଇଁ ମଧ୍ୟ ନେଇଥିଲେ।

- Advertisement -

ଗତକାଲି ସନ୍ଧ୍ୟାରେ ଜଣକ ପରେ ଜଣେ ପ୍ରାୟ ୧୫ ଜଣରୁ ଊର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କାରଣ ଜାଣିପାରିନଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଆକ୍ରାନ୍ତ ହୋଇଥିବା ସମସ୍ତେ ସମାନ ପ୍ରସାଦ ସେବନ କରିଥିବାରୁ ବିଷକ୍ରିୟା ଜନିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଝାଡ଼ାବାନ୍ତି ନିୟନ୍ତ୍ରଣ ନହେବାରୁ ଚିକିତ୍ସା ପାଇଁ ଜଣେ ପରେ ଜଣେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ଅବସ୍ଥା ଏଭଳି ହୋଇଥିଲା ଯେ, ଏକାଧିକ ପର୍ଯ୍ୟାୟରେ ଆମ୍ବୁଲାନ୍ସ ଯୋଗେ ଆକ୍ରାନ୍ତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଏକ ସ୍ୱତନ୍ତ୍ର ଚିକିତ୍ସକ ଦଳ ଧୋବଲିପଥର ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସାବିତ୍ରୀ ବ୍ରତ ଭୋଗଖାଇ ଧୋବଲିପଥର ଗ୍ରାମର ୧୫ ଜଣରୁ ଊର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଓ ଚିକିତ୍ସା ପରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories