www.samajalive.in
Saturday, December 6, 2025
15.1 C
Bhubaneswar

୯୬ କିଲୋ ଲଡୁ ସହ ନିଜକୁ ଓଜନ କଲେ କଂଗ୍ରେସ ନେତା

ମୁମ୍ବଇ : ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ସଫଳତା ପାଇଁ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଛି। କଂଗ୍ରେସ ସମର୍ଥକମାନେ ଗୁରୁବାର ନିକିତିର ଗୋଟିଏ ପଟେ ପିସିସି ସଭାପତି ନାନା ପାଟୋଲେଙ୍କୁ ବସାଇଥିବାବେଳେ ଅନ୍ୟ ପଟେ ୯୬ କିଲୋ ଓଜନର ଲଡୁ ଓଜନ କରିଛନ୍ତି। ସୂଚନାଯୋଗ୍ୟ ପାଟୋଲେଙ୍କ ଓଜନ ୯୬ କିଲୋ ହୋଇଥିବାରୁ ନିକିତିର ଗୋଟିଏ ପଲାରେ ଏହି ପରିମାଣର ଲଡୁ ରଖାଯାଇଥିଲା ଯାହାଫଳରେ ଧର୍ମକଣ୍ଟା ସମାନ ସ୍ତରରେ ରହିଥିଲା। ମହାରାଷ୍ଟ୍ରର ମୋଟ ୪୮ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ୧୭ ଆସନରେ ପ୍ରାର୍ଥୀ ଛିଡା କରିଥିଲା। ଏଥିମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ୧୩ ଆସନରେ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ବିଦର୍ଭ, ଗାଡ୍‌ଛିରୋଲି, ଚିମୁର, ଚନ୍ଦ୍ରପୁର, ଭଣ୍ଡାରା ଓ ଅମରାବତୀର ସବୁ ଆସନ ଦଖଲ କରିବାରେ ସଫଳ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories