www.samajalive.in
Friday, December 12, 2025
26.1 C
Bhubaneswar

ଆଇଫୋନ୍ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ, ୭ ଘଣ୍ଟା ପରେ ମିଳିଲା

ନୂଆଦିଲ୍ଲୀ : ଆପଣ ଟିଭି ଓ ସାମାଜିକ ଗଣମାଧ୍ୟମରେ କୂଅ ବା ବୋରଓ୍ବେଲରେ ଫସିଥିବା ଶିଶୁର ଉଦ୍ଧାର କାର୍ଯ୍ୟ ଖବର ଦେଖିଥିବେ । କିନ୍ତୁ ଆପଣ କେବେ ସମୁଦ୍ର କୂଳରେ କୌଣସି ମୋବାଇଲର ଉଦ୍ଧାର କାର୍ଯ୍ୟ ଦେଖିଛନ୍ତି କି ? ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସମୁଦ୍ର କୂଳରେ ଜଣେ ମହିଳାଙ୍କ ଆଇଫୋନ୍ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି ।

କର୍ଣ୍ଣାଟକର ଜଣେ ମହିଳା, କେରଳର ଓର୍କଲାରେ ଛୁଟି କଟାଇବାକୁ ଆସିଥିଲେ । କିନ୍ତୁ ତାଙ୍କର ଦେଢ ଲକ୍ଷ ଟଙ୍କିଆ ଆଇଫୋନ୍ ସମୁଦ୍ର କୂଳରେ ଥିବା ପଥର କନ୍ଦିରେ ଫସିଯାଇଥିଲା । ଓର୍କଲାରେ ଏଣ୍ଟିଲିଆ ଶୋଲେଟରେ ରହୁଥିବା ମହିଳା ରିସୋର୍ଟର କର୍ମଚାରୀଙ୍କୁ ସାହାଯ୍ୟ ମାଗିଲେ । ଏହା ପରେ ତାଙ୍କ ଫୋନ୍ ବାହାର କରିବା ପାଇଁ ୭ ଘଣ୍ଟା ଧରି ବଡ ଅଭିଯାନ ଚାଲିଲା । ଶେଷରେ ମହିଳାଙ୍କ ଫୋନ୍ ସୁରକ୍ଷିତ ଭାବେ ବାହାର କରାଗଲା । ତେବେ ଏହି ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

- Advertisement -

ଭିଡିଓଟି ଭାଇରାଲ ହେବାପରେ ଲୋକେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ କହୁଛନ୍ତି କି ଫୋନ ପାଇଁ ଅଗ୍ନିଶମ ବାହିନୀକୁ ଡକାଇବା ଆଦୌ ଉଚିତ୍ ନୁହେଁ । ସାଧାରଣ ଲୋକଙ୍କ ଟ୍ୟାକ୍ସକୁ ଭୁଲ୍ କାର୍ଯ୍ୟରେ ଲଗାଯାଉଛି କହି କିଛି ଲୋକ ଘଟଣାରେ କଟାକ୍ଷ କରିଛନ୍ତି । ଆଉ କିଛି ଲୋକ ଏହାକୁ ମଜାଳିଆ ଢଙ୍ଗରେ ନେଇଛନ୍ତି । ଭିଡିଓକୁ ସମସ୍ତେ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories