www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା‌ରେ ବିଧାୟକ ସିଦ୍ଧାନ୍ତ, ବଙ୍ଗଳା‌ରେ ସାଂସଦ ରଚନା

ଭୁବନେଶ୍ବର: ଏକଦା ପରଦାରେ ଓଲିଉଡର ସଫଳ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ  ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଅନେକ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଥିବାବେଳେ ଏବେ ରାଜନୀତିରେ ଉଭୟ ସଫଳ ହୋଇଛନ୍ତି। ଯଦିଓ ପୂର୍ବରୁ ସିଦ୍ଧାନ୍ତ ରାଜନୀତିରେ ପାଦ ଦେଇଥିଲେ ମାତ୍ର ନିକଟରେ ରଚନା ରାଜନୀତିରେ ପ୍ରବେଶ କରିଥିଲେ।  ପରଦାରେ ଉଭୟ ସଫଳ ହୋଇଥିବାବେଳେ ରାଜନୀତିରେ ମଧ୍ୟ ସଫଳ ହୋଇଛନ୍ତି।  ୨୦୨୪ ନିର୍ବାଚନରେ ବିଜେତା ମୁକୁଟ ପିନ୍ଧିଛନ୍ତି ଓଲିଉଡର ବିଗତ ଦିନର ହିଟ୍‌ ଯୋଡ଼ି ସିଦ୍ଧାନ୍ତ-ରଚନା। ସିଦ୍ଧାନ୍ତ ବିଜେପି ପକ୍ଷରୁ ଦିଗପହଣ୍ଡି ଆସନରେ ଲଢ଼ି ବିଜୟ ଲାଭ କରିଛନ୍ତି। ସେହିପରି ରଚନା ତୃଣମୂଳ କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗ ହୁଗୁଳି ଲୋକସଭାରେ ନିର୍ବାଚନ ଲଢ଼ି ସାଂସଦ ହୋଇଛନ୍ତି।  ଅଭିନୟରେ ସଫଳତା ପାଇବା ପରେ ଦୁହେଁ ରାଜନୀତିକୁ ଓହ୍ଲାଇଥିଲେ। ୨୦୦୯ରେ ସିଦ୍ଧାନ୍ତ ବିଜେଡିରେ ଯୋଗ ଦେଇଥିଲେ। ପରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ଜିତି ବିଜେଡି ସାଂସଦ ହୋଇଥିଲେ। ଦୁଇ ଦୁଇ ଥର ସାଂସଦ ହେବା ପରେ ଗତ ନିର୍ବାଚନରେ ତାଙ୍କୁ ଟିକଟ ମିଳି ନ ଥିଲା। ତେଣୁ ଚଳିତ ବର୍ଷ  ବିଜେପିରେ ଯୋଗଦେଇ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ରଚନାଙ୍କୁ ହୁଗୁଳି ଆସନରୁ ସାଂସଦ ଭାବେ ଟିଏମ୍‌ସି ପ୍ରାର୍ଥୀ କରିଥିଲା। ଉଭୟଙ୍କ ବିଜୟ ପରେ ଏବେ ଶୁଭେଚ୍ଛୁୂ ଖୁସିପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories