www.samajalive.in
Sunday, December 14, 2025
23.1 C
Bhubaneswar

ପୁଣି ଅଶାନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧାରଣାସ୍ଥଳରେ ୮ ଛାତ୍ରଛାତ୍ରୀ ଅସୁସ୍ଥ

କୋରାପୁଟ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଜି ପୁଣି ଅଶାନ୍ତ ଦେଖିବାକୁ ମିଳିଛି । ୬୨ ଦଫା ଦାବି ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସହ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଗତ ୩ ତାରିଖରେ ସାଇନ-ଏ-ଡାଏ ହଟିଲା ପରେ ପୁଣି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୫୪ଟି ଦାବିକୁ ପୂରା କରାଯାଇ ନଥିବା ବେଳେ ଏକ ସମ୍ବାଦିକ ସମ୍ମିଳନୀରେ ଏହି ଦାବିକୁ ମାନି ନିଆଯାଇଛି ବୋଲି କୁଳପତି କିପରି କହିଲେ ଏବଂ ସାଇନ-ଏ-ଡାଏ ଘୋଷଣାର କାରଣ ଜାଣିବାକୁ ଚାହିଁଛନ୍ତି ଛାତ୍ରଛାତ୍ରୀ ।  ଏହାର ପ୍ରତିକ୍ରିୟାରେ କୁଳପତି ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନ କରିବାକୁ ଚାହିଁଥିଲେ ମଧ୍ୟ ତାହା ସଫଳ ହୋଇନାହିଁ । ଛାତ୍ରଛାତ୍ରୀ କୁଳପତିଙ୍କ ସିଧାସଳଖ କଥାବାର୍ତ୍ତା ହେବାକୁ ଅଡି ବସିଛନ୍ତି । ଏହାକୁ କୁଳପତି ଅନିଚ୍ଛା ପ୍ରକାଶ କରିଛନ୍ତି ।

- Advertisement -

ଆନ୍ୟ ପକ୍ଷରେ ଆନ୍ଦୋଳନରେ ବସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ କୋରାପୁଟ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ଘଟଣାସ୍ଥଳରେ ପୁଲିସ ଜଗି ରହିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ମେଡିକାଲ ପହଞ୍ଚାଇବାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗାଡି ଯୋଗାଇ ଦିଆଯାଇଛି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories