www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲା ଚୀନ୍‌, କହିଲା- ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଶୁଭେଚ୍ଛା ଜଣାଇଛି ଚୀନ୍‌। ଅଭିନନ୍ଦନ ଜଣାଇ ଚୀନ୍‌ କହିଛି ଯେ, ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଭାରତ ସହ ମିଶି କାମ କରିବାକୁ ପ୍ରସ୍ତୁତ। ଭାରତରେ ଅନୁଷ୍ଠିତ ଲୋକସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଏହାକୁ ନେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି ଯେ, ଭାରତର ଲୋକସଭା ନିର୍ବାଚନରେ ​​ବିଜେପିର ବିଜୟ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ହୋଇଛି, ତାଙ୍କୁ ଅନେକ ଅନେକ ଅଭିନନ୍ଦନ।

ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛୁ। ଉଭୟ ଦେଶର ସ୍ୱାର୍ଥ ପାଇଁ ଦୁଇ ଦେଶ ମଧ୍ୟରେ ଦୃଢ ଏବଂ ସ୍ଥିର ସମ୍ପର୍କ ଜରୁରୀ। ଦେଶରେ ଶାନ୍ତି ଏବଂ ବିକାଶ ପାଇଁ ଏହା ଆବଶ୍ୟକ। ମାଓ କହିଛନ୍ତି, ଉଭୟ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚୀନ୍ ଭାରତ ସହ କାମ କରିବାକୁ ପ୍ରସ୍ତୁତ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ଥିର ଟ୍ରାକରେ ଆଗକୁ ବଢାଇବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories