www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ଭୁବନେଶ୍ବର : ଲୋକସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଦେଶରେ ୫୪୩ ଆସନରୁ ୫୪୨ ଆସନରେ ଗଣତି ହୋଇଛି । ଏପର୍ଯ୍ୟନ୍ତ ବିଜେପି ୨୯୦ ପାର୍ କରିସାରିଥିବା ଜଣାପଡିଛି । ଅନ୍ୟପଟେ ବିରୋଧୀ ଇଣ୍ଡି ମେଣ୍ଟ ୨୩୩ ଆସନ ଜିତିଛି । ଯଦିଓ ଚୂଡାନ୍ତ ତଥ୍ୟ ଆସିବା ବାକି ଅଛି ତଥାପି ତୃତୀୟ ଥର ମୋଦୀ ସରକାର ଗଠନ ହେବାକୁ ଯାଉଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସ୍ବପ୍ନ ପୁରା କରିବା ସହ ରାଜ୍ୟକୁ ଉନ୍ନତି ପଥରେ ଆଗେଇ  ନେବା ପାଇଁ  ବିଜେପି ସବୁ ଚେଷ୍ଟା କରିବ ବୋଲି ମୋଦୀ ଏକ୍ସରେ ଲେଖିବା ସହ ଦଳୀୟକର୍ମୀମାନଙ୍କୁ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

- Advertisement -

କହିରଖୁଛୁ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି । ୨୧ ଲୋକସଭା ଆସନରୁ ୧୯ରେ ବିଜେପି ବାଜିମାତ୍ କରିଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ୪୫ ବିଧାନସଭା ଆସନରେ ବିଜୟ ଲାଭ କରିବା ସହ ୩୩ ଆସନରେ ଆଗୁଆ ରହିଛି ବିଜେପି । ଅନ୍ୟପଟେ ବିଜେଡି ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିତିଥିବାବେଳେ ୧୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିବାବେଳେ ୮ଟିରେ ଆଗୁଆ ରହିଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories