www.samajalive.in
Friday, December 12, 2025
26.1 C
Bhubaneswar

ବିଜେଡି ହାତରେ ଲାଞ୍ଜିଗଡ ବିଧାନସଭା ଆସନ, ଦଳର ସମ୍ମାନ ରଖିଲେ ପ୍ରଦୀପ ଦିଶାରୀ 

ଲାଞ୍ଜିଗଡ଼:  ଆଜି ସଂଧ୍ୟା ସୁଦ୍ଧା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ କ୍ଷେତ୍ରର ଭୋଟ ଗଣତିର ଫଳାଫଳ ପ୍ରକାଶ ପାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ ବିଧାନସଭା ଆସନରେ ବିଜୟ ଲାଭ କରିବା ସହିତ ଦଳର ସମ୍ମାନ ରଖିଛନ୍ତି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ଠାରୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ବଳଭଦ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ସମୁଦାୟ ୨୩ରାଉଣ୍ଡ ଗଣତିରୁ ଦିଶାରୀ ୬୦, ୧୦୮ଭୋଟ ପାଇଥିବା ବେଳେ ବଳଭଦ୍ର ମାଝୀ ୫୩, ୭୨୧ ଓ ରମେଶ ମାଝୀ ୪୮,୯୩୬ ଖଣ୍ଡ ଭୋଟ ପାଇଥିଲେ। ବଳଭଦ୍ର ମାଝୀଙ୍କୁ ୬, ୩୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ପ୍ରଦୀପ କୁମାର ଦିଶାରୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ଲାଭ କରିଛନ୍ତି। ଦିଶାରୀଙ୍କ ବିଜୟ ଲାଭ ପରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ସମର୍ଥକଙ୍କ ମାହୋଲରେ ଖୁସିର ଲହରି ଖେଳିଯାଇଛି। ଦଳୀୟ ସମର୍ଥକ ମାନେ ପରଷ୍ପର ମିଠା ବାଣ୍ଟି ଖୁସି ମନାଉଥିବା ବେଳେ ବାଜାବାଣ ହୋଲି ଖେଳ ସହିତ ଉତ୍ସବ ମନାଉଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories