www.samajalive.in
Saturday, December 6, 2025
23.1 C
Bhubaneswar

କଳାହାଣ୍ଡି ଲୋକସଭାରେ ବିଜେପି ଆଗୁଆ

ଭବାନୀପାଟଣା : କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମାଳବିକା ଦେବୀ ୧୫ ନମ୍ୱର୍ ରାଉଣ୍ଡ ସୁଦ୍ଧା ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ିର ଲମ୍ବୋଦର ନିଆଳଙ୍କ ଠାରୁ ଏକ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ମାଳବିକା ୪,୧୩,୨୬୧ ଭୋଟ ପାଇଥିବା ବେଳେ ଲମ୍ବୋଦର ୩,୧୨,୨୬୨ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଦ୍ରୌପଦୀ ମାଝି ୨,୩୩,୮୪୫ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।
ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସୁଧିର ପଟ୍ଟଯୋଶୀ ବିଜେଡିର ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଠାରୁ ୧୪ ହଜାରରୁ ଅଧିକ ଭୋଟ ପାଇ ବିଜୟର ପାଦ ଦେଶରେ ଅଛନ୍ତି। ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଗର ଚରଣ ଦାସ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟରେ ଆଗୁଆ ରହି ବିଜୟର ପାଦ ଦେଶରେ ଅଛନ୍ତି। ନର୍ଲା ଆସନର ବିଜେଡିର ମନୋରମା ମହାନ୍ତି , ୧୪ ନମ୍ୱର୍ ରାଉଣ୍ଡ ସୁଦ୍ଧା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଠାରୁ ୮ ହଜାରରୁ ଅଧିକ ଭୋଟ ପାଇ ଆଗୁଆ ଅଛନ୍ତି। ଲାଞ୍ଜିଗଡ ଆସନରେ ବିଜେଡିର ପ୍ରଦୀପ ଦିଶାରୀ କଂଗ୍ରେସ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ଠାରୁ ୧୫ ନମ୍ୱର୍ ରାଉଣ୍ଡ ସୁଦ୍ଧା ୩ ହଜାରରୁ ଅଧିକ ଭୋଟ ପାଇ ଆଗୁଆ ଅଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories