www.samajalive.in
Wednesday, December 10, 2025
18.1 C
Bhubaneswar

କୁମ୍ଭ-୨୦୧୯ : ପାରମ୍ପରିକ ଶୋଭାଯାତ୍ରା ସହ ‘ଜୁନା ଆଖଡ଼ା’ର ପ୍ରବେଶ

ପ୍ରୟାଗରାଜ : ପାରମ୍ପରିକ ଶେଭାଯାତ୍ରା ସହିତ ‘ଜୁନା ଆଖଡ଼ା’ର ପ୍ରବେଶ ସାଙ୍ଗକୁ ପ୍ରୟାଗରାଜ(ଆହ୍ଲାବାଦ) ଠାରେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଔପଚାରିକ ଭାବେ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ନ୍ୟାସୀ ଓ ନାଗା ସନ୍ଥମାନଙ୍କ ସବୁଠାରୁ ବଡ଼ ଆଖଡ଼ା ଶ୍ରୀ ପଞ୍ଚ ଦଶନାମ ଜୁନା ଆଖଡ଼ା ଓ ଶ୍ରୀ ପଞ୍ଚଅଗ୍ନି ଆଖଡ଼ା ଭବ୍ୟ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରାରେ ସଙ୍ଗମ ଅଭିମୁଖେ ଯାତ୍ରା କରିଛନ୍ତି। ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅବଧେଶାନନ୍ଦ ଗିରିଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟକ ନାଗା ସାଧୁଙ୍କ ସମେତ ପଚାଶରୁ ଊର୍ଦ୍ଧ୍ବ ମହାମଣ୍ଡଳେଶ୍ୱର କୁମ୍ଭ ମେଳାରେ ପ୍ରବେଶ କରିଛନ୍ତି। ଭଗବାନ ଦତ୍ତାତ୍ରେୟଙ୍କ ପ୍ରତିମାକୁ ବିଶାଳ ରୂପାର ସିଂହାସନରେ ସ୍ଥାପନା କରି ସାଧୁମାନଙ୍କର ମେଳାରେ ପ୍ରବେଶର ଶୁଭାରମ୍ଭ ହୋଇଛି। ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ସଭିଏଁ ସଙ୍ଗମ ଅଭିମୁଖେ ଟାଣି ହୋଇଯାଉଛନ୍ତି। ଦେବତାଙ୍କ ଶୋଭାଯାତ୍ରା ପରେ ଘଣ୍ଟା, ଘଣ୍ଟି ଓ ମର୍ଦ୍ଦଳ ବଜାଇ ଘୋଡ଼ାରେ ଚଢି ନାଗା ସନ୍ନ୍ୟାସୀମାନେ ଆଗକୁ ବଢିଥିଲେ। ଏହି ସମାରୋହରେ ଅସ୍ତ୍ର-ଶସ୍ତ୍ରର ପ୍ରଦର୍ଶନ ସହ ସନ୍ଥ, ମହନ୍ତମାନେ ଓଟ, ଘୋଡ଼ା ଓ ହାତୀ ଉପରେ ବସି ସଙ୍ଗମ ନିକଟରେ ପହଞ୍ଚିଥିଲେ। ଇତି ମଧ୍ୟରେ ନାଗା ସନ୍ନ୍ୟାସୀମାନେ ନିଜ ଯୁଦ୍ଧ କୌଶଳ ଓ ପରାକ୍ରମ ସହ ନିଜର ଭିନ୍ନ ଭିନ୍ନ କୌଶଳ ପ୍ରଦର୍ଶନ କରି ଲୋକମାନଙ୍କୁ ଆକର୍ଷିତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀ ୧୪-୧୫ ତାରିଖରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ପବିତ୍ର ସ୍ନାନ ସହିତ କୁମ୍ଭ-୨୦୧୯ ବା କୁମ୍ଭମେଳା ଅନୁଷ୍ଠିତ ହେବ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories