www.samajalive.in
Saturday, December 13, 2025
14.1 C
Bhubaneswar

ସୁଧୁରୁଛି ମଣିପୁର ବନ୍ୟା ପରିସ୍ଥିତି

ଡ଼େସ୍କ: ମଣିପୁରରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ଅଧିକାଂଶ ତଳିଆ ଅଞ୍ଚଳରେ ଜଳ ସ୍ତର କମିବାରେ ଲାଗିଛି। ଖୱାଇରାମବନ୍ଦ ଇମ୍ଫାଲ ବଜାରର କିଛି ଅଂଶ ବର୍ତ୍ତମାନର ବନ୍ୟାରେ ଏବେ ବି ପ୍ରଭାବିତ ହୋଇଛି। ଗତ ୩ ଦିନ ହେଲା ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

ଇମ୍ଫାଲ୍ ବଜାର ସମେତ ଇମ୍ଫାଲ ସହରରେ ବନ୍ୟା ପରିସ୍ଥିତିକୁ ଦୁଇ ଦିନ ମଧ୍ୟରେ ନିୟନ୍ତ୍ରଣ କରାଯିବ ଏବଂ ଖୁବ୍ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ରାଜ୍ୟ ମନ୍ତ୍ରୀ ଏଲ୍ ସୁଶିନ୍ଦ୍ରୋ ଆଶ୍ୱାସନା ଦେଇଛନ୍ତି।  ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ସୁଶିନ୍ଦ୍ରୋ କହିଛନ୍ତି ଯେ ଆଇଏଫସି ବିଭାଗ ମଣିପୁରର ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଉପରେ ନଜର ରଖିଛି। ଲୋକଙ୍କୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି।

ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣନା

- Advertisement -

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବିଷାକ୍ତ ସାପଠାରୁ ସତର୍କ ରହିବାକୁ ସୂଚନା ଦିଆଯାଉଛି। ସାପ କାମୁଡ଼ା ପୀଡ଼ିତମାନେ ସମ୍ପୃକ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କଠାରୁ ଆଣ୍ଟିଭେନମ ଔଷଧ ନେଇପାରିବେ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ମେ’ ମାସରେ ମୋଟ ଜିଏସଟି ରାଜସ୍ବ ଆଦାୟ ୧ ଲକ୍ଷ ୭୩ ହଜାର କୋଟି

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories