www.samajalive.in
Saturday, December 6, 2025
19.1 C
Bhubaneswar

ବିଜେପି ଲୋକସଭା ପ୍ରାର୍ଥୀଙ୍କ କାରକେଡ୍‌‌ ଧକ୍କାରେ ୨ ମୃତ

ସମାଜ ଡିଜିଟାଲ ଡେସ୍କ: ଯୌନ କେଳେଙ୍କରୀ ଅଭିଯୋଗରେ ଛନ୍ଦି ହୋଇଥିବା ବ୍ରିଜଭୂଷଣ ସିଂହଙ୍କ ପୁଅ ତଥା ବିଜେପି ଲୋକସଭା ପ୍ରାର୍ଥୀ କରନ ଭୂଷଣ ସିଂହଙ୍କ କାରକେଡ୍‌‌ ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର କଲୋନେଲଗଞ୍ଜ-ହୁଜୁରପୁର ରାସ୍ତାର ଗୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, କୈସରଗଞ୍ଜ ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା କରନ ଭୂଷଣଙ୍କ କାରକେଡ୍‌‌ ଯାଉଥିବାବେଳେ ସେଥିରେ ସାମିଲ ଥିବା ଏକ କାର୍‌‌ ବୈକୁଣ୍ଠ ଡିଗ୍ରୀ କଲେଜ ନିକଟରେ ଗୋଟିଏ ବାଇକ୍‌‌କୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଦୁର୍ଘଟଣା ଘଟାଇଥିବା କାର୍‌‌ଟି ନନ୍ଦିନୀ ଏଜୁକେଶନାଲ ଇନ୍‌‌ଷ୍ଟିଚ୍ୟୁଟ୍‌‌ ନାମରେ ପଞ୍ଚୀକୃତ ହୋଇଛି।

- Advertisement -

ଦୁର୍ଘଟଣା ପରେ ତୃଣମୂଳ କଂଗ୍ରେସ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ପୋଷ୍ଟ କରି ଉଭୟ ବ୍ରିଜଭୂଷଣ ଏବଂ ତାଙ୍କ ପୁଅ କରନ ଭୂଷଣଙ୍କୁ କଡ଼ା ସମାଲୋଚନା କରିଛି। ପୋଷ୍ଟରେ ଲେଖାଯାଇଛି ଯେ, ବାପା ଯେମିତି ପୁଅ ସେମିତି। ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ ବେଶ୍‌‌ ଜଣାଶୁଣା। ପୁଅ କରନ ନିଜ ଗାଡ଼ିରେ ୨ ଜଣଙ୍କୁ ହତ୍ୟା କରି ବାପାଙ୍କ ଗୁଣକୁ ଆଉ ପାଦେ ଆଗକୁ ନେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories