www.samajalive.in
Thursday, December 11, 2025
16.1 C
Bhubaneswar

ଇସ୍ରାଏଲ ଉପରେ ହମାସ୍‌ର ରକେଟ ମାଡ଼

ତେଲଆବିଭ୍‌ : ଇସ୍ରାଏଲ ଉପରେ ବଡ ଧରଣର ଆକ୍ରମଣ କରିଛି ହମାସ। ରବିବାର ହମାସ ଆତଙ୍କବାଦୀ ସଂଗଠନ ଇସ୍ରାଏଲର କେନ୍ଦ୍ରାଞ୍ଚଳ ଓ ତେଲଆବିଭ୍‌ ଉପରେ ରକେଟ୍ ମାଡ କରିଛି। ହମାସର ଏପରି ଆକ୍ରମଣକୁ ନେଇ ଇସ୍ରାଏଲରେ ରକେଟ୍ ସାଇରନ ସବୁ ବାଜି ଉଠିଥିଲା। ଗାଜାରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଲାଗି ରହିଥିବାବେଳେ ହମାସ ପକ୍ଷରୁ ପ୍ରଥମ କରି ବଡ ଧରଣର ଆକ୍ରମଣ କରାଯାଇଥିବା ଉକ୍ତ ଆତଙ୍କବାଦୀ ସଂଗଠନ ଦାବି କରିଛି। ହମାସର ସଶସ୍ତ୍ର ବାହିନୀ ଅଲ୍ କ୍ବାସମ୍ ବ୍ରିଗେଡ କହିଛି ଯେ ତେଲ ଆବିଭ୍ ଉପରେ ବଡ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ନିଜର ଟେଲିଗ୍ରାମ ଚାନେଲରେ ଅଲ୍‌ କ୍ବାସମ କହିଛି ଯେ ଗାଜା ଷ୍ଟ୍ରିପ୍‌ରୁ ତେଲ୍ ଆବିଭ୍‌କୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରାଯାଇଛି। ହମାସର କ୍ଷେପଣାସ୍ତ୍ର ମାଡକୁ ନେଇ ଇସ୍ରାଏଲରେ ରକେଟ୍ ସାଇରନ ବାଜି ଉଠିଛି। ତେବେ କେଉଁ କାରଣରୁ ରକେଟ୍ ସାଇରନ ବାଜିଛି ତାହା ଇସ୍ରାଏଲ କହି ନାହିଁ। ଇସ୍ରାଏଲ ଜରୁରୀ ସ୍ବାସ୍ଥ୍ୟ ସେବା ବିଭାଗ କହିଛି ଯେ ଏହା ନିକଟରେ ମୃତାହତ ସମ୍ପର୍କିତ କୌଣସି ସୂଚନା ନାହିଁ। ବିବିସି ରିପୋର୍ଟ ଅନୁଯାୟୀ ହମାସ ପକ୍ଷରୁ ମାଡ କରାଯାଇଥିବା କ୍ଷେପଣାସ୍ତ୍ର ସବୁକୁ ଇସ୍ରାଏଲର ବାୟୁ ସୀମା ସୁରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଛି। ରାଫା ସୀମା ଦେଇ ଗାଜାକୁ ଅଧିକ ରିଲିଫ୍ ଟ୍ରକ୍ ପ୍ରବେଶ କରିବା ପରେ ଇସ୍ରାଏଲ ଉପରେ ଏପରି ଆକ୍ରମଣ ହୋଇଛି। ଗାଜାକୁ ରିଲିଫ୍ ସାମଗ୍ରୀ ଯୋଗାଣ ଅନୁମତି ପାଇଁ ଇସ୍ରାଏଲ ଉପରେ ଆନ୍ତର୍ଜାତିକ ଚାପ ପଡୁଛି। ଏହି କ୍ରମରେ ଗାଜାକୁ ରିଲିଫ୍ ଟ୍ରକ ପ୍ରବେଶକୁ ଇସ୍ରାଏଲ ଅନୁମତି ଦେଇଥିଲା। ରିଲିଫ ଟ୍ରକ ଗାଜାକୁ ପ୍ରବେଶ କରିବା ପରେ ହମାସ୍‌ ଏହି ଆକ୍ରମଣ କରିଛି। ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ୩୬ ହଜାର ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଲେଣି। ସେହିପରି ଇସ୍ରାଏଲର ୧୨୦୦ ନାଗରିକ ପ୍ରାଣ ହରାଇଥିବାବେଳେ ୨୫୦ ପଣବନ୍ଦୀ ରହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories