www.samajalive.in
Friday, December 12, 2025
27.1 C
Bhubaneswar

ଭଙ୍ଗା ଫାଟକ ଯୋଗୁଁ ପର୍ଯ୍ୟଟକ ହନ୍ତସନ୍ତ

ଗୋପାଳପୁର : ଗୋପାଳପୁର ମୁଖ୍ୟ ବେଳାଭୂମିକୁ ଦୁଇଟି ରାସ୍ତା ସଂଯୋଗ କରିଥିବାବେଳେ ଗୋଟିଏ ରାସ୍ତାକୁ ଭଙ୍ଗା ଦଦରା ଲୁହାରେ ନିର୍ମିତ ଗେଟ୍ ସହ ଷ୍ଟପ ବୋର୍ଡ଼ ଦ୍ବାରା ବନ୍ଦ କରି ରଖିଥିବାରୁ ଏଠାକୁ ଆସୁଥିବା ଅନେକ ପର୍ଯ୍ୟଟକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବେଳାଭୂମିକୁ ପ୍ରବେଶ ନିମନ୍ତେ ଗୋପାଳପୁର ଷଣ୍ଢ ଛକରୁ ବଜରା ସାହି ଦେଇ ଏକ ରାସ୍ତା ରହିବା ସହ ଅନ୍ୟଟି ଆଉଟ ରୋଡ ଦେଇ ରହିଛି। କିନ୍ତୁ ଆଉଟ୍ ରୋଡ ଦେଇ ବେଳାଭୂମିକୁ ସଂଯୋଗ କରୁଥିବା ରାସ୍ତାର ଓମସାଇ ଫାର୍ମାସୁଟିକାଲ କଲେଜ ସମ୍ମୁଖରେ ଅପରାହ୍ନ ୪ ଠାରୁ ରାତି ୮ ଟା ପର୍ଯ୍ୟନ୍ତ ବେଳାଭୂମି ପରିସରକୁ ନୋ ପାର୍କିଂ ଜୋନ ଭାବେ କରିବାକୁ ଏକ ଲୁହା ଗେଟର ବ୍ୟବସ୍ଥା କରାଯାଇଥିଲା।

କିନ୍ତୁ ୩ ବର୍ଷ ମଧ୍ୟରେ ଉକ୍ତ ଗେଟଟି ଜଙ୍ଗ ଲାଗିବା କାରଣରୁ ନଷ୍ଟ ହୋଇଯାଇଛି। ଏହା ସହ ବେଳାଭୂମି ପରିସରକୁ ଗାଡି ମୋଟର ପ୍ରବେଶ ଉପରେ କଟକଣା ଲଗାଇବାକୁ ବତୀଘର ଛକ ସମେତ ବେଳାଭୂମି ପାର୍କିଂ ଛକଠାରେ ଦୁଇଟି ଇଲେକ୍ଟ୍ରୋନିକ୍ ଗେଟର ବ୍ୟବସ୍ଥା କରାଯାଇଛି। ଇଲେକ୍ଟ୍ରୋନିକ୍ ଗେଟ୍ ଲାଗିବା ପରେ ବତୀଘର ଛକଠାରେ ଲାଗିଥିବା ପୁରୁଣା ଲୁହା ଗେଟକୁ କଢାଯାଇଥିବାବେଳେ ଓମ୍ ସାଇ ଫର୍ମାସୁଟିକାଲ କଲେଜ ସମ୍ମୁଖରେ ଲାଗିଥିବା ଗେଟଟିକୁ ଆଜି ଯାଏଁ କଢାଯାଇନାହିଁ। ଏହା ନେଇ ଅନେକ ସମୟରେ ଗୋପାଳପୁର ପୁଲିସ ସମେତ ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଯାହା ଫଳରେ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ସମୟରେ ଉକ୍ତ ଗେଟ୍ ଦେଇ ଯାଆସ କରିବା ସମୟରେ ସେଠାରେ ଝୁଣ୍ଟି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଉଛି। ଏଣୁ ତୁରନ୍ତ ଉକ୍ତ ଭଙ୍ଗାରୁଜା ଅବସ୍ଥାରେ ପଡି ରହିଥିବା ଗେଟକୁ ଉଠାଇବାକୁ ସାଧାରଣରେ ଦାବି ହେଉଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories