ଅତାବିରା ବ୍ଲକରେ ମାଟ୍ରିକ ପାସ ହାର ୯୪.୬୯ ପ୍ରତିଶତ, ଶୁଭଙ୍କର ସାହୁ  ୯୭.୧୬ ପ୍ରତିଶତ ରଖି  ବରଗଡ଼ ଜିଲା ଟପ୍ପର

ରେଙ୍ଗାଲିକ୍ୟାମ୍ପ: ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ପରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍  ଉତ୍କଣ୍ଠା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଅତାବିରା ବ୍ଲକର ୩୨ ଟି ବିଦ୍ୟାଳୟ ର   ୧୭୯୦ ଜଣ ଛାତ୍ର ଛାତ୍ରୀ ୧୦ ଟି କେନ୍ଦ୍ର ରେ ପରୀକ୍ଷା ଦେଇଥିବା ବେଳେ  ପାସ ହାର ପ୍ରାୟ ୯୪.୬୯ ପ୍ରତିଶତ ରହିଥିବା ଦେଖିବାକୁ ମିଳିଛି। ବ୍ଲକରେ ୬ ଜଣ ଛାତ୍ର ଛାତ୍ରୀ ଏ ୧   ଗ୍ରେଡ  ରଖିଥିବା ବେଳେ  ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମତୃପୁରୀ ଲାଦରପାଲି , ଅତାବିରାର ଛାତ୍ର ଶୁଭଙ୍କର ସାହୁ  ୯୭.୧୬ ପ୍ରତିଶତ ରଖି  ବରଗଡ଼ ଜିଲ୍ଲା ଟପ୍ପର ହୋଇ ଅଞ୍ଚଳର ଗୌରବ ରଖିଛନ୍ତି।
ବ୍ଲକରେ ଏ ୨ ଗ୍ରେଡ ରେ  ୨୮ ଜଣ,ବି୧ଗ୍ରେଡ ରେ  ୮୯ ଜଣ,ବି ୨ ଗ୍ରେଡ ରେ  ୧୮୬ ଜଣ, ସି  ଗ୍ରେଡ ରେ ୪୩୧ ଜଣ,ଡି ଗ୍ରେଡ ରେ ୫୫୭ ଜଣ  ଓ ଇ ଗ୍ରେଡ ରେ  ୩୯୮ ଜଣ  ପାସ କରିଛନ୍ତି ।  ପାସ୍ ହାର ବ୍ଲକ ରେ  ଆଶାତୀତ ବୃଦ୍ଧି ପାଇଥିବା ନେଇ   ଅଞ୍ଚଳରେ ଖୁସିର ଲହର  ଖେଳିଯାଇଛି । ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ  ଜିଲ୍ଲା ଟପ୍ପର   ହୋଇଥିବା ଛାତ୍ର ଶୁଭଙ୍କର ଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପହଞ୍ଚିଥିଲେ ତାଙ୍କର ବିଦ୍ୟାଳୟ କୁ ।

Comments are closed.