www.samajalive.in
Friday, December 12, 2025
27.1 C
Bhubaneswar

ମାଟ୍ରିକ ପରୀକ୍ଷା: କନ୍ଧମାଳରେ ସଫଳତା ହାର ୯୬.୬, ସୂୟସ ସାମଲ ଜିଲା ଟପ୍ପର

ଫୁଲବାଣୀ/ଜି.ଉଦୟଗିରି:   ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପ୍ରକାଶିତ ଫଳାଫଳ ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ମୋଟ ପାସହାର ୯୬. ୬ ପ୍ରତିଶତ ରହିଛି। ଚଳିତ ବର୍ଷ ଜିଲ୍ଲାର ୨୦୮ ଟି ହାଇସ୍କୁଲର ୧୦ ହଜାର ୬୯୨ ରେଗୁଲାର ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଏକ୍ସ ରେଗୁଲାର ୨୬ ଜଣ ଓ ମଧ୍ୟମା ୧୩୬ ଜଣ ଛାତ୍ର ଛାତୀ ପରିକ୍ଷା ପର୍ମ ପୁରଣ କରିଥିଲେ। ବୋର୍ଡ ଦ୍ବାରା ଘୋଷିତ ଫଳାଫଳ ଅନୁସାରେ ୨୦୮ ସ୍କୁଲର ମଧ୍ୟରୁ ୧୨୫ଟି ସ୍କୁଲରେ ଶତ ପ୍ରତିଶତ ପରିକ୍ଷାର୍ଥୀ ପାସ କରିଛନ୍ତି। ଏ-୧ ରେ ୧୫ ଜଣ ସ୍ଥାନ ପାଇଥିବା ସୁଚନା ମିଳିଛି ।
ଆଜି ଦଶମ ବୋର୍ଡ ପରିକ୍ଷା ଫଳାଫଳ ପ୍ରକାଶ ପାଇଥିବାବେଳେ ଜି.ଉଦୟଗିରି ହବାକ ଉଚ୍ଚ ବିଦ୍ୟାଳୟର ଛାତ୍ର ସୂୟସ ସାମଲ କନ୍ଧମାଳ ଜିଲା ଟପ୍ପର ହୋଇଥିବା ଜଣାପଡିଛି। ସୂୟସ ୯୩ ପ୍ରତିଶତ ମାର୍କ ତଥା ୬୦୦ ମାର୍କରୁ ୫୫୮ ମାର୍କ ରଖି କନ୍ଧମାଳ ଜିଲାରେ ଟପ୍ପର ହୋଇ ଥିବାବେଳେ ଆଉ  ଅଧିକ କିଛି ମାର୍କ ରଖିବାକୁ ଆଶା ଥିଲା ବୋଲି ପ୍ରକାଶ କରିଥିବା ସହ ଦିନକୁ ପାଖାପାଖି ୧୪ ରୁ ୧୫ ଘଣ୍ଟା ପରିଶ୍ରମ କରୁଥିବା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସୂୟସର ବାପା ଜିତେନ୍ଦ୍ର ସାମଲ ଓ ମା ଉଭୟେ ଶିକ୍ଷକତା କରୁଥିବାବେଳେ ପୁଅର ଏଭଳି ସଫଳତାରେ ଖୁସି ଥିବା ପ୍ରକାଶ କରିଛନ୍ତି। ସେହିପରି ଭାବେ ହବାକ ଉଚ୍ଚ ବିଦ୍ୟାଳୟର ଅନ୍ୟ ଦୁଇ ଛାତ୍ର ୯୦ ପ୍ରତିଶତ ମାର୍କ ରଖି ଏ୧ ଗ୍ରେଡରେ ଥିବା ଜଣାପଡିଛି।
ସେହିଭଳି ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତିତିକ୍ଷା ପଣ୍ଡା ୫୫୪ (୯୨.୩୦ ପ୍ରତିଶତ) ରଖି ଦ୍ୱତୀୟ ଓ ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଓମ ପ୍ରସାଦ ସାହୁ ୫୫୨ (୯୨ ପ୍ରତିଶତ) ରଖି ତୃତୀୟ ସ୍ଥାନ ହାସଲ କରିଥିବା ଜଣାଯାଇଛି ।  ତେବେ ଏ୧ ରେ ଜିଲାରେ ୧୦ ଜଣ ଛାତ୍ରୀ ରହିଥିବା ବେଳେ ୫ ଜଣ ପୁଅ ରହିଛନ୍ତି । ମୋଟାମୋଟି ଭାବେ କନ୍ଧମାଳ ଜିଲ୍ଲାରେ ଛାତ୍ରୀଙ୍କ ସଫଳତା ହାର ଛାତ୍ରଙ୍କ ଅପେକ୍ଷା ଅଧିକ ରହିଛି । ସୂଚନାଯୋଗ୍ୟ, ୨୦୨୩ ମାଟ୍ରିକ ପରୀକ୍ଷାରେ ୯୬.୩୭ ପ୍ରତିଶତ ପାସ ହାର ରହିଥିବା ବେଳେ ଚଳିତ ବର୍ଷ ୯୬.୬ ରହିଥିବାରୁ ଜିଲାରେ ସଫଳତା ହାର ବଢିଥିବା ଜଣାପଡିଛି ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories