www.samajalive.in
Tuesday, December 9, 2025
17.1 C
Bhubaneswar

ଶୁଭଙ୍କର ବରଗଡ଼ ଜିଲା ମାଟ୍ରିକ ଟପ୍ପର

ରେଙ୍ଗାଲିକ୍ୟାମ୍ପ: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀର ଛାତ୍ର ଶୁଭଙ୍କର ସାହୁ ହାଇ ସ୍କୁଲ ବୋର୍ଡ ପରୀକ୍ଷାରେ ୯୭.୧୬% ରଖି ସମଗ୍ର ବରଗଡ଼ ଜିଲାରେ ଟପ୍ପର ହୋଇଛନ୍ତି। ଜିଲା ଟପ୍ପର ହୋଇ ଜିଲା ତଥା ବିଦ୍ୟାଳୟର ଗୌରବ ବର୍ଦ୍ଧନ କରିଥିବାରୁ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ବିଦ୍ୟାଳୟକୁ ଆସି ଶୁଭଙ୍କରଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଶୁଭଙ୍କରଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳନା କମିଟିର ସଦସ୍ୟ, ସମସ୍ତ ଶିକ୍ଷକ ଭାଇ, ଅପା ତଥା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦେବାହାଲ ଗ୍ରାମର ଛାତ୍ର ଶୁଭଙ୍କର ସାହୁଙ୍କ ବାପା କୁଳମଣି ସାହୁ ଓ ମାତା ସରମା ନାଏକ ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପରିଶ୍ରମ, ଆଶୀର୍ବାଦ ତଥା ନିଜର ଦୃଢ଼ ମନୋବଳ ଓ ନିରନ୍ତର ପରିଶ୍ରମ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।ଶୁଭଙ୍କର ଭବିଷ୍ୟତରେ ଜଣେ ଉତ୍ତମ ଗୁଣ ସମ୍ପନ୍ନ ବ୍ୟକ୍ତି ସହ ଜଣେ ଭଲ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପରେ ପରିବାର ତଥା ଅତାବିରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories