www.samajalive.in
Tuesday, December 9, 2025
23.1 C
Bhubaneswar

ଇଭିଏମ୍ ଫିଙ୍ଗିବା ମାମଲା: ସିସି ଟିଭି ଯାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧା ବୋଲୋଗଡରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ତଦନ୍ତ ଚାଲିଛି। ସିସି ଟିଭିକୁ ଯାଞ୍ଚ କରାଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅବିନାଶ କୁମାର। ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ଏବେ ଯାଏଁ ସିସି ଟିଭି ଯାଞ୍ଚ ହୋଇନାହିଁ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସିସି ଟିଭି ଫିଟେଜକୁ ମଗାଯିବ। ନିର୍ବାଚନ ପ୍ରକ୍ରିୟା ପରେ ଏହାକୁ ଯାଞ୍ଚ କରାଯିବ। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କାଉଁରିପାଟଣା ବୁଥ୍ ରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଶନିବାର ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ୍ ଗିରଫ କରିଛି। ଅପରାହ୍ନରେ ପୁଲିସ୍ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ କାଉରିପାଟଣାଁ ବୁଥ୍ ରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମ୍‌କୁ ଫିଙ୍ଗା ଫୋପଡା କରାଯିବା ନେଇ ଅଭିଯୋଗ ହୋଇଥିଲା। ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଗିରଫ ପୂର୍ବରୁ ଜଗଦେବ ସିସି ଟିଭି ଯାଞ୍ଚ ପାଇଁ ଦାବି କରିଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories