www.samajalive.in
Saturday, December 6, 2025
17.1 C
Bhubaneswar

ଜବାବ ଦେଲା ସମୟ: ଆଇପିଏଲ ନିଲାମ ବେଳେ କାବ୍ୟାଙ୍କ ଉପରେ ହସୁଥିଲେ ଗୋଏଙ୍କା, ସଙ୍ଗକାରା; ଏବେ ମିଳିଲା ଝଟ୍‌‌କା

ନୂଆଦିଲ୍ଲୀ: ସମୟ କେତେବେଳେ ବଦଳିଯାଏ ତାହା କହିବା ମୁସ୍କିଲ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ) ୨୦୨୪ରେ। ଆଇପିଏଲର ନିଲାମୀ ସମୟରେ ଘଟିଥିବା ଏକ ଘଟଣା ଏବଂ ଆଜିର ଆଇପିଏଲ-୨୪ ସ୍ଥିତି ହେଉଛି ଏହାର ଉଦାହରଣ। କାରଣ ନିଲାମୀ ସମୟରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)ର ମାଲିକାଣୀ କାବ୍ୟା ମାରନଙ୍କର ଏକ ନିଷ୍ପତ୍ତି ଉପରେ ହସି ତାଙ୍କ ମଜାକ୍‌‌ ଉଡ଼ାଇଥିଲେ ସଞ୍ଜୀବ ଗୋଏଙ୍କା ଏବଂ କୁମାର ସଙ୍ଗକାରା। ସଞ୍ଜୀବ ହେଉଛନ୍ତି ଲକ୍ଷ୍ନୌ ସୁପରଜାଏଣ୍ଟ୍‌‌ସ(ଏଲଏସଜି)ର ମାଲିକ, ଯାହାଙ୍କ ଟିମ୍‌‌ ପ୍ଲେଅଫ୍‌‌ରୁ ବିଦାୟ ନେଇଥିଲା। ହେଲେ ସେ ଯାହାର ମଜାକ ଉଡ଼ାଇଥିଲେ ତାଙ୍କ ଟିମ୍‌‌ ଆଜି ଫାଇନାଲରେ ପ୍ରବେଶ କରିଛି।

ଘଟଣାଟି ଏହିପରି। ଆଇପିଏଲ ଖେଳାଳି ନିଲାମ ସମୟରେ ପ୍ୟାଟ୍‌‌ କମିନ୍‌‌ସଙ୍କୁ କିଣିବା ଲାଗି ଚେନ୍ନାଇ ସୁପର କିଙ୍ଗ୍‌‌ସ(ସିଏସକେ), ମୁମ୍ବାଇ ଇଣ୍ଡିଆନ୍‌‌ସ(ଏମଆଇ) ଏବଂ ଆରସିବି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ହେଲେ ବାଜି ମାରିନେଇଥିଲେ ଏସଆରଏଚ ମାଲିକାଣୀ କାବ୍ୟା। କମିନ୍‌‌ସଙ୍କୁ ନେବା ଲାଗି ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ୪କୋଟି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଡାକରା ଯାଇଥିଲା। ଏହା ପରେ ବେଙ୍ଗାଲୁରୁ ଏବଂ ଚେନ୍ନାଇ ମଧ୍ୟରେ ୭କୋଟି ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଡାକରା ଯାଇଥିଲା। ଏହା ପରେ ଏସଆରଏଚର ଏଣ୍ଟ୍ରି ହୋଇଥିଲା। ଏହାର ମାଲିକାଣୀ କାବ୍ୟା ମାରନ କମିନ୍‌‌ସଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଲାମୀ ଡାକ ଶୁଣି ହସିଥିଲେ ସଙ୍ଗକାରା ଏବଂ ସଞ୍ଜୀବ ଗୋଏଙ୍କା। ସେତେବେଳେ କାବ୍ୟା ନୀରବ ରହିଥିଲେ।

- Advertisement -

ବର୍ତ୍ତମାନ କାବ୍ୟାଙ୍କ ଟିମ୍‌‌ ଫାଇନାଲରେ ପ୍ରବେଶ କରିଛି। କମିନ୍‌‌ସଙ୍କୁ କାବ୍ୟା ଦଳର ଅଧିନାୟକ କରିଥିଲେ। କମିନ୍‌‌ସ ନିଜର ଦମଦାର ପ୍ରଦର୍ଶନ ସହିତ ଦଳକୁ ଫାଇନାଲରେ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ଏସଆରଏଚ୍‌‌ ଫାଇନାଲରେ ପ୍ରବେଶ କରିବା ପରେ ସଞ୍ଜୀବ ଏବଂ ସଙ୍ଗକାରାଙ୍କୁ କଡ଼ା ଜବାବ ମିଳିଛି। କାବ୍ୟାଙ୍କ ସେତେବେଳର ନୀରବତା ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇଛି। ଏସଆରଏଚ୍‌‌ର ବହୁ ପ୍ରଶଂସକ ଏହି ଦୁଇଟି ସମୟର ଦୃଶ୍ୟକୁ ଏବେ ସୋସିଆଲ ମିଡିଆରେ ଶେୟାର କରି କାବ୍ୟାଙ୍କୁ ପ୍ରଶଂସା କରିଛନ୍ତି। ଏପରି କି ଶୁକ୍ରବାର ୨ୟ କ୍ୱାଲିଫାୟର ମ୍ୟାଚ ସରିବା ପୂର୍ବରୁ କାବ୍ୟା ଖୁସି ମନାଇବା ଆରମ୍ଭ କରିଦେଇଥିଲେ। ରବିବାର ମେ ୨୬ରେ କଲକାତା ଏବଂ ଏସଆରଏଚ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories