www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବୌଦ୍ଧ: ବୌଦ୍ଧ ସହରର ଉପକଣ୍ଠରେ ଅବସ୍ଥିତ ମାଉଳସିଙ୍ଗା ଗ୍ରାମର ବିଦ୍ୟାଳୟ ପଛପଟରୁ ଜଣେ ଯୁବକଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି। ସୂଚନା ମୁତବାକ ବୌଦ୍ଧ ସହରର ବାପୁଜୀନଗର ବସ୍ତିରେ ରହୁଥିବା ମର୍ଜାକୁଦ ଗ୍ରାମର ଯୋଗେନ୍ଦ୍ର ଦେହୁରୀଙ୍କ ପୁଅ ସୁଜିତ ଦେହୁରୀ(୩୦)ଙ୍କ ଶବ ମାଉଳସିଙ୍ଗା ବିଦ୍ୟାଳୟ ପଛପଟେ ଏକ ପଲଶା ଗଛତଳୁ ସନ୍ଦେହଜନକ ଅବସ୍ଥାରେ ଝୁଲୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକମାନଙ୍କ ନିକଟରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତକ ସୁଜିତର ଶବ ଏକ ଗାମୁଛାରେ ବନ୍ଧା ହୋଇ ଗଛରେ ଝୁଲୁଥିବାବେଳେ ଗୋଡ ଦୁଇଟି ମାଟିରେ ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ କରାଯାଇଥିଲା। ମୃତକର ପିତା ଯୋଗେନ୍ଦ୍ରଙ୍କ ଅଭିଯୋଗକୁ ଭିତିକରି ପୁଲିସ ସୁଜିତର ଶଶୁର ଘର ପରିବାର ଲୋକଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୌଦ୍ଧ ଥାନାରେ ୨୨୦/୨୪ ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ସୂଚନା ଦେଇଛନ୍ତି। ତେବେ ବସ୍ତି ବାସୀନ୍ଦାଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଗତକାଲି ସୁଜିତ ନିଜ ପତ୍ନୀ ଓ ଶଶୁର ଘର ଲୋକଙ୍କ ସହିତ କୌଣସି କାରଣରୁ ପାଟିତୁଣ୍ଡ କରିବା ସହ ପତ୍ନୀକୁ ମାଡ ମାରିଥିଲା। ସୁଜିତର ମାଡରେ ତାଙ୍କ ପତ୍ନୀଙ୍କ ହାତ ଭାଙ୍ଗି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ବେଳେ ସକାଳେ ସୁଜିତର ଶବ ସନ୍ଦେହଜନକ ଭାବରେ ଉଦ୍ଧାର ହେବାରୁ ଘଟଣାକୁ ନେଇ ବିଭିନ୍ନ ଆଲୋଚନା ଜାରି ରହିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories