www.samajalive.in
Friday, December 12, 2025
16.1 C
Bhubaneswar

ଆତ୍ମଘାତୀ ବିସ୍ଫୋରଣରେ ୫ ଚୀନ ନାଗରିକଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୨୧.୪ କୋଟି ଦେବ ପାକିସ୍ତାନ

ଇସଲାମାବାଦ: ଚଳିତବର୍ଷ ମାର୍ଚ୍ଚରେ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖ୍ବା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ ଘଟି ୫ ଜଣ ଚୀନ୍‌ ନାଗରିକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨.୫୮ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୧.୪ କୋଟି ଟଙ୍କା) ପ୍ରଦାନ କରାଯିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ମୃତ ଚୀନ ନାଗରିକମାନେ କୋହିସ୍ତାନ ଜିଲାରେ ନିର୍ମାଣାଧୀନ ଦାସୁ ଜଳବିଦ୍ୟୁତ୍‌ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ମାର୍ଚ୍ଚ ୨୬ରେ ସେମାନେ ଏକ ଭ୍ୟାନ୍‌ରେ କର୍ମସ୍ଥଳୀକୁ ଯାଉଥିବାବେଳେ ଆତଙ୍କବାଦୀମାନେ ବିସ୍ଫୋରକ ବୋଝେଇ କାର୍‌କୁ ଧକ୍କା କରିବାରୁ ୫ ଚୀନ୍‌ ନାଗରିକ ଓ ପାକିସ୍ତାନୀ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ
ଚୀନ୍‌ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସମ୍ଭବତଃ ଚୀନ୍‌ ନିକଟରୁ ମିଳୁଥିବା ଆର୍ଥିକ ସହାୟତା ହରାଇବା ଆଶଙ୍କାରେ ପାକିସ୍ତାନ ଏଭଳି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜି ହୋଇଥିବା କୁହାଯାଇଛି। ସୂଚନାଯୋଗ୍ୟ ୬୦ ବିଲିୟନ ଡଲାର ମୂଲ୍ୟରେ ‘ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡର’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେ​‌େ​‌ଳ ଏକାଧିକ ପ୍ରକଳ୍ପରେ ଚୀନ୍‌ ନାଗରିକ କାର୍ଯ୍ୟରତ ଅଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories