www.samajalive.in
Thursday, December 11, 2025
16.1 C
Bhubaneswar

ପୂର୍ତ୍ତବିଭାଗର ସଂକୀର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁଁ କୃତ୍ରିମ ବନ୍ୟା ଆଶଙ୍କା

ଗୁଣୁପୁର : ଗୁଣୁପୁର ସହର ମୁଖ୍ୟ ରାସ୍ତାର ଛକ ଗୁଡିକ ଓସାର ହେବା ସହ ମାଷ୍ଟର ଡ୍ରେନ କରି ଜଳ ନିସ୍କାସନ ନିମନ୍ତେ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ହେଉଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି କାମ ଏକ ଠିକା କମ୍ପାନୀ ଆରମ୍ଭ କରିଛି। ରାସ୍ତାର ଉଭୟ ପଟୁ ଗଛ କଟା ସରିଛି। ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ ଓ୍ବାଲ ଗୁଡିକ ନିର୍ମାଣ ଚାଲିଛି। ଜଳ ନିସ୍କାସନ ପାଇଁ ଡ୍ରେନ କାମ ଚାଲିଛି। ସଂକୀଣ୍ଣ ଡ୍ରେନ ନିର୍ମାଣ କାମକୁ ନେଇ ଜଳ ନିସ୍କାସନରେ ବାଧା ସୃଷ୍ଟି ହେବ ବୋଲି ଆଲୋଚନା ହେଉଛି। ପୂର୍ତ୍ତ ବିଭାଗ  ସଂକୀଣ୍ଣ ଡ୍ରେନ୍ କରୁଥିବାବେଳେ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟିକ ଦୋକାନ ଗୁଡିକର ଜଳ ନିସ୍କାସନ ନିମନ୍ତେ ସେମାନେ ନିଜେ ମାଷ୍ଟର ଡ୍ରେନ ନିର୍ମାଣ କରିଛନ୍ତି।

- Advertisement -

ଡ୍ରେନ ନିର୍ମାଣ କାମର ତାରତମ୍ୟକୁ ନେଇ ପୂର୍ତ୍ତବିଭାଗ ଉପରେ ସ୍ଥାନୀୟ ଜନସାଧାରଣଙ୍କ ଅସେନ୍ତୋଷ ବଢିବାରେ ଲାଗିଛି। ନିର୍ମାଣଧିନ ଡ୍ରେନରେ ଗୁଣୁପୁର ପୈାରପରିଷଦର ବଳରାମ ନନର, ବାବୁଲି ନଗର, ବୃନ୍ଦାବତୀ ନଗର, ଆଦର୍ଶନଗର, ମୁତେଲୁ ନଗର, ଜଗନ୍ନାଥ ନଗର, ଆମୁରୁ ନଗର ଓ ମହିମା ନଗରଠାରେ ଥିବା ଲଣ୍ଡା ପାହାଡ, ଶେଫାଳି ପାହାଡରେ ବର୍ଷା ହେଲେ ପାଣି ଏହି ଡ୍ରେନ୍ ଦେଇ ପ୍ରବାହିତ କରିବ। ପୂର୍ତ୍ତବିଭାଗ କରୁଥିବା ଡ୍ରେନର ପ୍ରସ୍ଥ ସଂକୀର୍ଣ୍ଣ ରହିଥିବାରୁ ଏହି ଅଞ୍ଚଳ ଗୁଡିକର ଜଳ ନିସ୍କାସନରେ ବାଧା ସୃଷ୍ଟି ହେବ। ଆଗକୁ ଡ୍ରେନ୍ ଜାମ୍ ହୋଇ କୃତ୍ରିମ ବନ୍ୟା ହେବାର ଆଶଙ୍କା ରହିଛି ବୋଲି  ଆଲୋଚନା ହେଉଛି।

ଓଲଟିଲା ତେଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories