www.samajalive.in
Saturday, December 13, 2025
21.1 C
Bhubaneswar

ସଦର କଂଗ୍ରେସ ବିଧାୟିକା ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ସ୍ୱାମୀ ସୁବର୍ଣ୍ଣ

କେନ୍ଦୁଝରଗଡ଼ : ଚଳିତ ନିର୍ବାଚନରେ କେନ୍ଦୁଝର ସଦର ବିଧାନସଭା ଆସନରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସେଥିମଧ୍ୟରୁ ୫ଜଣ ମହିଳା ପ୍ରତିଦ୍ୱନ୍ଦିତା କରୁଛନ୍ତି। ଶାସକ ବିଜେଡି କେନ୍ଦୁଝରର ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାଏକଙ୍କ ପତ୍ନୀ ତଥା ଝୁମ୍ପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷା ପ୍ରତିଭା ମଞ୍ଜରୀ ନାଏକଙ୍କୁ ପ୍ରାର୍ଥୀ କରିଛି।

ଏହି ଦୁଇ ପ୍ରମୁଖ ଦଳ ଏଠାରେ ମହିଳା କାର୍ଡ ଖେଳି ନିଜ ସପକ୍ଷରେ ଭୋଟ ହାତେଇବା ଲକ୍ଷ୍ୟ ରଖିଥିବା ବେଳେ କେନ୍ଦୁଝର ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ଶିରିଷପାଳ ପଞ୍ଚାୟତ ସମିତିସଭ୍ୟା ସଶ୍ମୀତାରାଣୀ ସିଂହ ମଧ୍ୟ ସ୍ୱାଧିନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ୩ ମହିଳା ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରତିଭାଙ୍କ ପ୍ରଚାର ଦାୟିତ୍ୱ ସମ୍ଭାଳିଛନ୍ତି ପୂର୍ବତନ ବିଧାୟକ ତଥା ତାଙ୍କ ସ୍ୱାମୀ ସୁବର୍ଣ୍ଣ।

- Advertisement -

ସ୍ୱାମୀଙ୍କ ସହ ପ୍ରତିଭା ନିର୍ବାଚନମଣ୍ଡଳୀର ସଦର, ଝୁମ୍ପୁରା ଓ ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦିନତମାମ ନିଆରା ଢ଼ଙ୍ଗରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ସନ୍ଧ୍ୟାରେ କେନ୍ଦୁଝର ସହରର ବିଭିନ୍ନ ୱାର୍ଡ ଗସ୍ତ କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories