ବିନା ପରିଚୟରେ ବ୍ୟବହାର ହେଉଛି ୬ ଲକ୍ଷ ୮୦ ହଜାର ମୋବାଇଲ ନମ୍ବର
ଡେସ୍କ: ଦୂରସଂଚାର ବିଭାଗ ପ୍ରାୟ ୬ ଲକ୍ଷ ୮୦ ହଜାର ନକଲି ଓ ବେଆଇନ ମୋବାଇଲ୍ ନମ୍ବର ବ୍ୟବହାର ହେଉଥିବା ଜାଣିବାକୁ ପାଇଛି। ଅବୈଧ, ଅନାବଶ୍ୟକ, ନକଲି ପରିଚୟ ପତ୍ର ଏବଂ ନକଲି କେୱାଇସି ଦସ୍ତାବିଜ ବ୍ୟବହାର କରି ଏହି ନମ୍ବର ମିଳିଥିବା ସନ୍ଦେହ କରାଯାଉଛି। ଏହି ନମ୍ବରଗୁଡ଼ିକୁ ପୁଣି ପ୍ରମାଣୀକୃତ କରିବାକୁ ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି। ଯଦି ୬୦ ଦିନ ମଧ୍ୟରେ ଭେରିଫିକେସନ୍ ନକରାଯାଏ ତେବେ ଡିଲିଟ୍ ହୋଇଯିବ ଏହି ମୋବାଇଲ୍ ନମ୍ବର।
ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରର ସହଯୋଗ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ଏହି ଜାଲିଆତି ନମ୍ବରଗୁଡ଼ିକୁ ଚିହ୍ନଟ କରାଯାଇଛି।
ଏନଆଇଏ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ
Comments are closed.