www.samajalive.in
Saturday, December 6, 2025
16.1 C
Bhubaneswar

୨ମାସ ପରେ ବି ସଂଯୋଗ ହେଉନି ନଳକୂପ ଯନ୍ତ୍ରାଂଶ

କଲ୍ୟାଣସିଂହପୁର : ଗ୍ରୀଷ୍ମ ଋତୁ ଆରମ୍ଭରେ ଲୋକଙ୍କୁ ଜଳ ଯୋଗାଣ ପାଇଁ ନଳକୂପ ଖନନ କାର୍ଯ୍ୟ ଶେଷ ହେଲା । କିନ୍ତୁ ଦୁଇ ମାସରୁ ଅଧିକ ଦିନ ପରେ ବି ସଂଯୋଗ ହେଉନି ନଳକୂପ ଯନ୍ତ୍ରାଂଶ। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ପାର୍ଶାଲି ପଞ୍ଚାୟତର ଏମିତି ଏକ ଗାଁ ନିୟମଗିରି ପାହାଡ ଟାମକଶିଳା ଗ୍ରାମରେ ନୂତନ ନଳକୂପ ଖୋଳି ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ଯନ୍ତ୍ରାଂଶ ସଂଯୋଗ କରିବାରେ ଜଳ ଓ ପରିମଳ ବିଭାଗ ବିଫଳ ହୋଇଛନ୍ତି।

ଦେଖନ୍ତୁ ଭିଡିଓ ; ଚମତ୍କାର ଅଭିନୟ କଲା ହରିଣ ,ବୋକା ପାଲଟିଗଲେ ଚିତାବାଘ, ହେଟାବାଘ, କଲା ଏମିତି..

- Advertisement -

ଏହି ଗ୍ରାମରେ ତିନୋଟି କୂଅ, ନଳକୂପ ରହିଛି। ସେହି ନଳକୂପରୁ ପାଣି ବାହାରୁଥିଲେ ମଧ୍ୟ ଗ୍ରାମବାସୀଙ୍କୁ ପାଣି ବ୍ୟବହାର ବା ପିଇବାକୁ ମିଳୁ ନାହିଁ ବୋଲି କରିଛନ୍ତି। ସୋଲାର କୂଅ, ନଳକୂପ ମାଧ୍ୟମରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଭଲ କରି ପାଣି ବାହାରୁ ନଥିବାରୁ ବହୁ କଷ୍ଟରେ ଚଳୁଥିବା ନେଇ ବ୍ଲକରେ ଅଭିଯୋଗ କରିଥିଲେ। ପରେ ବ୍ଳକ ପ୍ରଶାସନ ଗ୍ରୀଷ୍ମ ଋତୁର ପୂର୍ବରୁ ନୂତନ ନଳକୂପ ଖୋଳି ଥିଲେ ମଧ୍ୟ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ଅବହେଳାରୁ ଯନ୍ତ୍ରାଂଶ ଲଗାଇବାରେ ବିଫଳ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଗକୁ ତାତି ବଢିବାକୁ ଥିବାବେଳେ ବିଭାଗୀୟ ଯନ୍ତ୍ରୀ ନଳକୁପ ସଂଯୋଗ ନକଲେ ଲୋକେ ପାଣି ପାଇଁ ରାଜରାସ୍ତାକୁ ଆସିବେ ବୋଲି କହିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories